ପାଣି ପିଇବାକୁ ଯାଇ ଫସିଲା ହାତୀ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସପଲହରା ଗାଁରେ ହାତୀଟି ପାଣି ପିଇବାକୁ ଯାଇ ପୋଖରୀରେ ଫଶି ଯାଇଥିବା ଜଣାପଡିଛି । ପାରିପାଶ୍ୱିକ ପରିସ୍ଥିତିରୁ ହାତୀଟି ଅସୁସ୍ଥ ଥିବା ଜଣାପଡିଛି । ତେବେ ହାତୀର ଶରୀରର ଏକ ସ୍ଥାନରେ କ୍ଷତ ହୋଇଥିବାରୁ ସମ୍ପୃକ୍ତ କ୍ଷତସ୍ଥାନଟିକୁ ବାରମ୍ବାର ବାରମ୍ବାର ପାଣିରେ ବୁଢାଉଥିବା ଜଣାପଡିଛି । ହାତୀଟି ପାଣିରେ ଫସି ରହିଥିବାରୁ ବାହାରକୁ ବାହାରି ପାରୁନଥିବା ଜଣାପଡିଛି । ଖବର ପାଇ ପୁଲିସ ଓ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଗାଁ ଲୋକ ଘଟଣାସ୍ଥଳରେ ଭିଡ ଜମାଇଥିବା ଜଣାପଡିଛି । ତେବେ ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁକୁ ନେଇ ପରିବେଶବିତମାନେ ଉଦବେଗ ପ୍ରକାଶ କରିଛି । ଗୁରୁବାର ବଡମ୍ବା ଚନ୍ଦ୍ରଗିରି ଜଙ୍ଗଲରେ ୩ଟି ହାତୀ କଙ୍କାଳ ମିଳିବା ଘଟଣାରେ ଡିଏଫଓ ଶଶୀ ପଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।