ଗାଁକୁ ପଶିଲେ୧୨ ଝାରଖଣ୍ଡି ହାତୀ

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ଯସିପୁର ବ୍ଲକ ଗୁରୁଗୁଡ଼ିଆ ରେଞ୍ଜ ଅନ୍ତର୍ଗତ ଗାଁ ଗୁଡିକରେ ଗତକାଲି ରାତିରେ୧୨ଟି ଝାରଖଣ୍ଡି ହାତୀ ପ୍ରବେଶ କରିଥିଲେ। ଗୁରୁଗୁଡିଆ ରେଞ୍ଜ ଅଧିକାରୀ ହିମାଂଶୁ ସାତୁଆଙ୍କ ସୂଚନା ମତେ ଗତକାଲି ରାତିରେ ଯୋଶୀପୁର-ବିଶେଇ ଜାତୀୟ ରାଜପଥ ଅତିକ୍ରମ କରି ହାଣ୍ଡିପୁଆଣ ଛକ ଦେଇହାତୀ ମାନେ ଧଳାବଣି ପଞ୍ଚାୟତ ର ଚାଡ଼ରିପାହାଡ଼ି ଗ୍ରାମ ଯାଏ ଯାଇଥିଲେ।ଖବର ପାଇ ବନପାଳ ବିଦ୍ୟାଧର ମହାନ୍ତ ସଦଳବଳେ ସେଠାରେ ପହଞ୍ଚି ହାତୀ ପଲର ଗତିବିଧି ଅନୁଧ୍ୟାନ କରିଥିଲେ। ହାତୀ ପଲ ତୁଳସୀବଣି ଗ୍ରାମ ଇଲାକାରେ ପହଞ୍ଚିଥିବା ଜଣାପଡିଥିଲା।ରେଞ୍ଜ ଅଧିକାରୀ ଶ୍ରୀସାତୁଆଙ୍କ ନେତୃତ୍ୟରେ ହାତୀ ଘଉଡା ଟିମ ଆଜି ରାତିରେ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି।କିଛି ମାତ୍ରାରେ ଚାଷ ଜମିରୁ ପାଚିଲା ଧାନ ଖାଇ ଯାଇଥିବାର ଖବର ମିଳିଥିବା ବେଳେ ଅନ୍ୟାନ୍ୟ ଝାରଖଣ୍ଡି ହାତୀ ଭଳି ଏ ଦଳ ହିଂସ୍ର ଆଚରଣ ପ୍ରଦର୍ଶନ କରୁନାହାନ୍ତି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।