ଜୋରଧରିଛି ନିର୍ବାଚନ ପ୍ରଚାର

(ମୋନାଲିସା ମିଶ୍ର/ ଓମପ୍ରକାଶ ମିଶ୍ର/ହେମନ୍ତ ରାଉତ) ଢେଙ୍କାନାଳ/ସୁବର୍ଣ୍ଣପୁର/ଚୌଦ୍ୱାର: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି ବିଜେଡି ବିଧାୟିକା ପ୍ରାର୍ଥୀ ସୀମାରାଣୀ ନାୟକ । ତାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ୟ୍ୟ ସମ୍ପର୍କରେ ଦଳ ପକ୍ଷରୁ ଜୋରଦାର ପ୍ରଚାର ଅଭିଯାନ ଚାଲିଛି।
ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁରେ ଏବେ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ଦଳିୟ ନେତାମାନେ ମଧ୍ୟ ଗାଁ ଗାଁ ବୁଲି ଲୋକମାନଙ୍କ ପାଖକୁଯାଇ ଭୋଟଭିକ୍ଷା କରୁଥିବା ଦେଖାଯାଇଛି ।
କଟକ ଚୌଦ୍ୱାରରେ ମଧ୍ୟ ସୌଭିକଙ୍କ ପ୍ରଚାର ମଧ୍ୟ ଆଗେଇ ଚାଲିଛି ।
ପୂର୍ବରୁ ପାଞ୍ଚ ବର୍ଷ ଧରି ବିଧାୟିକା ରହିଆସିଥିବା ସୀମାରଣୀ ଆସନ୍ତା ନିର୍ବାଚନରେ ହିନ୍ଦୋଳ ବିଧାନସଭା କ୍ଷେତ୍ରର ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡ ସବୁକୁ ବୁଲୁଛନ୍ତି । ସୋନପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୁଝାରୀ ସୋନପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁ ବୁଲି ନବିନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାୟ ରଖିବା ପାଇଁ ଲୋକମାନଙ୍କୁ ଭୋଟଭିକ୍ଷା କରୁଥିବା ଦେଖାଯାଇଥିଲା । ସେହିପରି ବିରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି ।
ଚୌଦ୍ୱାର ଓ କଟକରେ ବିଭିନ୍ନ ରାଜନୈତିକ ଦଳ ମାନଙ୍କର ପ୍ରଚାର ପ୍ରସାର ଆରମ୍ଭ ହୋଇଥିବା ବେଳେ ଦିପାଦେ ଆଗେରେ ଅଛନ୍ତି ବିଜେଡି ପାର୍ଥି ଷୌଭିକ ବିଶ୍ୱାଳ !ଚୌଦ୍ୱାର -କଟକ ନିର୍ବଚନୀମଣ୍ଡଳୀ ଅନ୍ତର୍ଗତ ଚୌଦ୍ୱାର ପୌରପାଳିକାର ୧୫, ୧୮ଏବଂ ୯ ୱାର୍ଡ ରେ ନିର୍ବାଚନୀ ସଭା କରିଛନ୍ତି !