ରାୟଗଡା / ମନୋଜ ସାହୁ : ଆଠ ଫୁଟ ଅଜଗର ସାପ ଉଦ୍ଧାର । ଏ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ । ସୂଚନାନୁସାରେ , ସହର ଭିତରେ ଥିବା ପିଏସଆର ସିନେମା ହଲର ଗାଡି ପାର୍କିଂଙ୍ଗ ଯାଗାରୁ ଏହି ସାପ କୁ ଉଦ୍ଧାର କରିଛନ୍ତି ସାପ ଧରାଳି ପ୍ରଦୀପ ସେନାପତି । ଆଜି ଦୁଇ ପହର ସମୟରେ ବର୍ଷା ହେଉଥିବା ବେଳେ ଅଜଗର ସାପ ଟି ସିନେମା ହଲ ର ଗାଡ଼ି ପାରକିଂଙ୍ଗ ଯାଗା କୁ କୁଆଡୁ ଆସିଯାଇଥିଲା । ସିନେମା ହଲ ମ୍ୟାନେଜର ପ୍ରଦୀପ ଙ୍କୁ ଖବର ଦେବା ପରେ ସେ ତୁରନ୍ତ ପହଁଚି ସାପ ଟି କୁ ଉଦ୍ଧାର କରିବା ସହ ଗୁମ୍ଫା ଫରେଷ୍ଟ ରେ ଏହି ସାପ ଟିକୁ ଛାଡ଼ିଦେଇଛନ୍ତି ।ତେବେ ଏହି ଏହି ସାପ ଟି ସହର ଭିତରେ ଥିବା ସିନେମା ହଲ ପରିସରକୁ କିପରି ଆସିଲା ତାହା ଜଣାପଡି ନାହିଁ ।