ଭୁବନେଶ୍ବର : ରାଜ୍ୟ ବାସୀଙ୍କୁ ତାତିରୁ ମିଳିଲା ଆଶ୍ୱସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାରୁ ଜାରି ରହିଥିବା ରୁ ମିଳିଛି ତ୍ରାହି । ପାଣିପାଗ ପୂର୍ବାନୁମାନ ଆଜିଠାରୁ ଗ୍ରୀଷ୍ମ ପ୍ରବାହରୁ ବିରତି ମିଳିବ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନ ନଥିବା କୁହାଯାଉଛି । ସେହିପରି ଅନେକ ସ୍ଥାନରେ ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜି ଉତ୍ତର ଓଡିଶାର ମୟୁରଭଞ୍ଜ, କେନ୍ଦୁଝର , ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଜି ଟ୍ବିନ୍ ସିଟିରେ ଝଡ ବର୍ଷା ସମ୍ଭାବନା ରହିଛି। ୫ଦିନ ଯାଏଁ କାଳବୈଶାଖୀର ପ୍ରଭାବ ରହିବ। ଏବଂ ଦିନ ତାପମାତ୍ରାରେ ସେତେଟା ବୃଦ୍ଧି ଘଟିବ ନାହିଁ। ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ୨୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।