ଏଜୁକେଶନ ଫାଉଣ୍ଡେସନ ତରଫରୁ ଶିକ୍ଷା ସଚେତନତା ରଥ

ଜଗତସିଂହପୁର : ଏଜୁକେଶନ ଫାଉଣ୍ଡେସନ ତରଫରୁ ତିର୍ତ୍ତୋଲ ଥାନା କୁଜଙ୍ଗ ବ୍ଲକର ପଣ୍ଡୁଆ ପଞ୍ଚାୟତର ପରୁଡି ଗ୍ରାମରେ ଏକ ଶିକ୍ଷା ସଚେତନତା ରଥ ଗ୍ରାମର ପିଙ୍ଗଳେଶ୍ବର ମହାଦେବଙ୍କ ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରିଥିଲା ।ଏହି କାର୍ଯ୍ୟକ୍ରମକୁ ପଣ୍ଡୁଆ କ୍ଲଷ୍ଟରର ପୂର୍ବତନ ସି ଆର୍ ସିସି ଚିତ୍ତରଞ୍ଜନ ପରିଡା ଫିତା କାଟି ଉଦ୍‌ଘାଟନ କରିଥିଲେ ।ଏହି କାର୍ଯ୍ଯକ୍ରମରେ ଗ୍ରାମର ୱାର୍ଡମେମ୍ବର ,ଅଙ୍ଗନବାଡି କର୍ମୀ,ବୁଦ୍ଧିଜିବୀ ,ପୁରୁଷ ,ମହିଳା , ବିଭିନ୍ନ ଗ୍ରାମର ସ୍ବେଚ୍ଛାସେବୀ ତଥା ଛୋଟଛୋଟ ପିଲାମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।କରୋନା ମହାମାରୀ ପ୍ରଭାବରେ ପ୍ରାୟ ଦୁଇବର୍ଷ ଧରି ସ୍କୁଲ ,ଅଙ୍ଗନବାଡି ବନ୍ଦ ରହିବା ଫଳରେ ପିଲାମାନଙ୍କ ଶିକ୍ଷାରେ ବିଶେଷ ପ୍ରଭାବ ପକାଇଛି ।

ପ୍ରଥମ ଏଜୁକେସନ ଫାଉଣ୍ଡେସନ ତରଫରୁ କୁଜଙ୍ଗ ବ୍ଲକର ୧୨୧ଟି ଗ୍ରାମରେ ଗ୍ରୀଷ୍ମ କାଳୀନ ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।ଚତୁର୍ଥରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର ମୌଳିକ ଦକ୍ଷତା ଠାରୁ ପଛରେ ଥିବା ପିଲାମାନଙ୍କୁ ସ୍ବେଚ୍ଛାସେବୀଙ୍କ ସହାୟତାରେ ହସ ,ଖେଳ,ଗପ,ଗୀତ ମାଧ୍ୟମରେ ଶିକ୍ଷା ସ୍ତରରେ ଅଭିବୃଦ୍ଧି କରାଯାଉଛି ।ସେହିପରି ୨୫ଟି ଗ୍ରାମରେ ସ୍ବେଚ୍ଛାସେବୀ ଏବଂ ମାଆ ମାନଙ୍କ ସହଯୋଗରେ ଅଙ୍ଗନବାଡି ଏବଂ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି ।

ଆଜିର ଶିକ୍ଷା ସଚେତନତା ରଥ ପରିକ୍ରମା ସହ ବିଭିନ୍ନ କୌଶଳରେ ପିଲାମାନଙ୍କୁ ପାଠପଢା ଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ପ୍ରଥମ ଏଜୁକେଶନ ଫାଉଣ୍ଡେସନର ରାଜ୍ୟ ସଂଯୋଜିକା ପୁଷ୍ପାଞ୍ଜଳୀ ପରିଡାଙ୍କ ତତ୍ତ୍ବାବଧାନରେ ଜିଲ୍ଲା ସଂଯୋଜକ ମଳୟ କୁଅଁର ,ରାଜ୍ୟ କଣ୍ଟେଣ୍ଟ ଏସ୍.ଆର୍.ଜି ହିମାଂଶୁ ପତି,ଡକ୍ଯୁମେଣ୍ଟସନ ର ମୁଖ୍ୟ ପ୍ରଶାନ୍ତ ନନ୍ଦ ତଥା ଝାଡେଶ୍ବର ମଲ୍ଲିକ,ଗୌତମ ପାଗଡ,ସୌମ୍ଯ ରଞ୍ଜନ ଦାଶ,ସ୍ମିତାଞ୍ଜଳୀ ହରିଚନ୍ଦନ,ରଶ୍ମୀତା ମହାରଣା,ଲକ୍ଷ୍ମୀପ୍ରିୟା ସାହୁ,ପୁଷ୍ପାଞ୍ଜଳୀ ବେହେରା ପରିଚାଳନା କରିଥିଲେ ।