ଯେଉଁ ପାନ ମସଲାରେ ଟବାକୋ ଓ ନିକୋଟିନ୍ ନଥିବ ସେଗୁଡ଼ିକ ବ୍ୟାନ୍ ହେବ ନାହିଁ

ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା। ଏନେଇ CT & GST ଓ ଅର୍ଥ ବିଭାଗକୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ଚିଠି ଲେଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ହୋଇଛି। ପାନ ମସଲାରେ ଟବାକୋ ଓ ନିକୋଟିନ୍ ନଥିବା ଚିଠିରେ ଉଲ୍ଲେଖ ହୋଇଛି । ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ରଙ୍କ କହିବା ଅନୁଯାୟୀ,”ସମସ୍ତ ଟବାକୋ ପ୍ରଡକ୍ଟ ବନ୍ଦ କରାଯିବା ନେଇ ଗାଇଡ୍ ଲାଇନ୍ ରହିଛି । ଯେଉଁ ଜିନିଷ ସେବନ ଦ୍ୱାରା ଲୋକଙ୍କର କ୍ଷତି ଘଟୁଛି ତାହା ଯେଭଳି ଭାବେ ଲୋକଙ୍କ ନିକଟକୁ ନଯାଉ । ଯେଉଁ ପ୍ରତିବନ୍ଧକ ରହିଥିଲା, ଏବେ ବଳବର୍ତ୍ତର ରହିଛି ବୋଲି କହିଛନ୍ତି ।”

ଏପଟେ ଏନସିଡିର ଅତିରିକ୍ତ ନିର୍ଦେଶକ ସୁଶାନ୍ତ କୁମାର ସ୍ବାଇଁ କହିଛନ୍ତି ଯେ,”ରାଜ୍ୟରେ କୋଟପା ଆଇନ୍ ୨୦୦୩ ବଳରେ ଯେମିତି ଗୁଟୁକା ଉପରେ ଚଢ଼ାଉ କରାଯାଇଥିଲା ତାହା ଏବେ ବି ବଳବତ୍ତର ରହିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ସ୍ପଷ୍ଟୀକରଣ ଦିଆଯାଇଛି ସେଥିରେ ଉଲ୍ଲେଖ କରାଯାଇଛି ଯେ, ପାନ ମସଲାରେ ଟବାକୋ କିମ୍ବା ନିକୋଟିନ ନାହିଁ । କିନ୍ତୁ ଯେଉଁଠି ସନ୍ଦେହ ହେବ ସେହି ଜାଗାରେ CT & GST ବିଭାଗ ଚଢ଼ାଉ କରି ପରୀକ୍ଷା ପାଇଁ ପଠାଇ ପାରିବେ । ସେହିପରି ସ୍କୁଲ୍ ଠାରୁ ଶହେ ମିଟର ଭିତରେ ଯଦି ଗୁଟଖା ବା ତମାଖୁ ଆଦି ଜିନିଷ ବିକ୍ରୀ ହେଉଥିବ କିମ୍ବା ନିକୋଟିନ ଯୁକ୍ତ ପାନ ମାସଲା ବିକ୍ରୀ କରାଯିବାକୁ ନିଷେଧ କରାଯାଇଛି । କିନ୍ତୁ ଲୁଚା ଛପରେ ଯେଉଁ ନିକୋଟିନ ଯୁକ୍ତ ପତି ବିକ୍ରୀ କରୁଥିଲେ ତାହା ଚଢାଉ କରାଯିବ,” ବୋଲି କହିଛନ୍ତି NCDର ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି  ।