( ଗୋବିନ୍ଦ ଚନ୍ଦ୍ର ପଣ୍ଡା): ଭାରତକୁ ଦୁଇ ଦୁଇଟି ରୌପ୍ୟ ପଦକ ଦେଇଥିବା ଦୂତି ଚାନ୍ଦ ଫେରିଛନ୍ତି ଓଡିଶା । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦୌଡରାଣୀ ଦୂତି ଚାନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛିା ବିମାନବନ୍ଦରରୁ ସିଧାସଳଖ ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୂତି । ମୁଖ୍ୟମନ୍ତ୍ରୀ ଉଭୟ ଦୂତି ଚାନ୍ଦ ଓ ତାଙ୍କ କୋଚଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଉ ଏହାସହ ଦୂତିଙ୍କ ପାଇଁ ପୂର୍ବରୁ ଘୋଷଣା ହୋଇଥିବା ୩ କୋଟି ଟଙ୍କାର ଚେକ ମଧ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହାପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କିଟ ଓ କିସ କ୍ୟାମ୍ପସକୁ ନିଆଯିବ ।
ଭୁବନେଶ୍ୱରେ ପହଞ୍ଚିବା ପରେ ଦୂତି ନିଜର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛିନ୍ତି । ଓଡିଶାବାସୀଙ୍କ ଭଲ ପାଇବା ସହ ଭଗବାନଙ୍କ ଆର୍ଶିବାଦ ଯୋଗୁଁ ମୁଁ ୨ଟି ପଦକ ଜିତିବାରେ ସଫଳ ହୋଇଛି । ଏହା ମୋର କ୍ୟାରୟରେ ଆଗକୁ ବଢିବାରେ ସାହାର୍ଯ୍ୟ କରିବ । ୨୦୨୦ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ପାଇଁ ମୁଁ ଏବେ ପ୍ରସ୍ତୁତ ହେଉଛି ବୋଲି ବେଶ ଆନନ୍ଦିତ ସହ ଦୂତି କହିଛନ୍ତି ।