ବାଲେଶ୍ଵର:- ସାରା ରାଜ୍ୟରେ ପୋଲିସ ବିଭାଗ ପକ୍ଷରୁ ଅପରେସନ ପ୍ରହାର ମାଧ୍ୟମରେ ଚଢାଉ ଜାରି ରହିଥିବା ବେଳେ, ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବସ୍ତା ଥାନା ସମେତ ଜିଲ୍ଲାର ସହଦେବ ଖୁଣ୍ଟା, ସଦର, ଚାନ୍ଦିପୁର, ରୁପସା ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଚଢାଉ କରି ବ୍ରାଉନ ସୁଗାର, ଗଞ୍ଜେଇ, ଚିଲମ ସହିତ ନଗଦ ଟଙ୍କା, ମୋବାଇଲ ଇତ୍ୟାଦି ଜବତ କରାଯିବା ସହିତ ବିଭିନ୍ନ ଥାନାରେ ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ସାଧାରଣରେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିବା ବେଳେ ନିଶା ମାଫିଆଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି ।