ବ୍ୟୁରୋ : କିଛି ସ୍ୱପ୍ନ ଖୁବ୍ ଶୁଭ । ସେଭଳି ସ୍ୱପ୍ନ ଦେଖିବା ଦ୍ୱାରା ସଫଳତା, ଯଶ ଓ ପ୍ରତିଷ୍ଠା ମିଳିଥାଏ । ଏଭଳି ସ୍ୱପ୍ନ ଭାଗ୍ୟ ବଦଳାଇଥାଏ । ସ୍ୱପ୍ନ ଶାସ୍ତ୍ରରେ ଏସବୁ ସ୍ୱପ୍ନର ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, କୌଣସି ବ୍ୟକ୍ତି ବିଶେଷ କରି ନିଜକୁ କ୍ଷୀରରେ ସ୍ନାନ କରୁଥିବା ଦେଖିବେ ଏହାକୁ ଖୁବ ଶୁଭ ବୋଲି କୁହାଯାଏ । ଏହି ସ୍ୱପ୍ନର ଅର୍ଥ ଖୁବ ଶୀଘ୍ର ବଡ ପଦବୀ, ପ୍ରତିଷ୍ଠା ମିଳିବାର ସମ୍ଭାବନା ରହିଛି । ଖୁବ ଶୀଘ୍ର ଧନ-ବୈଭବ ପ୍ରାପ୍ତି ହେବ ।
ସ୍ୱପ୍ନରେ ନିଜେ ମୁଦି ପିନ୍ଧିବା ଦେଖିବା ମଧ୍ୟ ଶୁଭଙ୍କର । ଏହି ସ୍ୱପ୍ନର ଅର୍ଥ ମା’ଲକ୍ଷ୍ମୀଙ୍କ କୃପାରୁ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ । ସ୍ୱପ୍ନରେ କାନର ଦେଖିବା ଦ୍ୱାରା ମଧ୍ୟ ଧନପ୍ରାପ୍ତି ହୋଇଥାଏ । ନିଜେ କାନର ପିନ୍ଧୁଥିବା ଦେଖିବା ମଧ୍ୟ ଶୁଭଙ୍କରୟ କାନର ଖୁବ ଶୀଘ୍ର ଧନପ୍ରାପ୍ତି ହେବାର ସଙ୍କେତ ଦେଇଥାଏ ।ସ୍ୱ୍ୱପ୍ନରେ ଗୋଲାପ ଫୁଲ ଦେଖିବା ମା’ଲକ୍ଷ୍ମୀଙ୍କ କୃପା ମିଳିବାର ସଙ୍କେତ ଦେଇଥାଏ । ମା’ଲକ୍ଷ୍ମୀଙ୍କ ପଦ୍ମ ଭଳି ଗୋଲାପ ଫୁଲ ମଧ୍ୟ ଖୁବ ପ୍ରିୟ । ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା ଦ୍ୱାରା ଖୁବ ଶୀଘ୍ର ଧନ ପ୍ରାପ୍ତି ହୋଇଥାଏ । ସ୍ୱପ୍ନରେ ନିଜେ କ୍ଷୀର ପିଉଥିବା ଦେଖିବା ମଧ୍ୟ ଶୁଭଙ୍କର । କ୍ଷୀର ସମ୍ବନ୍ଧ ଚନ୍ଦ୍ର ଓ ମା’ଲକ୍ଷ୍ମୀଙ୍କ ସହ ଜଡିତୟ ଶୁକ୍ରବାର ଏଭଳି ସ୍ୱପ୍ନ ଦେଖିବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ ।