ଦେଶରେ ହେଉଥିବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ ଦିଗରେ ଏକ ବଡ଼ ସଫଳତା ମିଳିଛି । ଡିଆରଡିଓ ଦ୍ୱାରା ବିକଶିତ ହୋଇଥିବା ଟରପିଡୋର ପରୀକ୍ଷଣ ସଫଳ ହୋଇଛି । ଭାରତୀୟ ନୌସେନା ଏବଂ ଡିଆରଡିଓ ପାଇଁ ଏହା ଏକ ବଡ଼ ସଫଳତା ବୋଲି ଭାରତୀୟ ନୌସେନା ବିଭାଗ କହିଛି । ଏହି ହେଭିୱେଟ୍ ଟରପିଡୋ ସଠିକ ଭାବେ ପାଣି ଭିତରେ ନିଜର ଲକ୍ଷ୍ୟକୁ ଭେଦ କରିବାରେ ସଫଳ ହୋଇଛି ।
ତେବେ ଭାରତକୁ ଆଉ ଏକ ସଫଳତା ମିଳିଛି । ଏମଏଚ୬୦ ରୋମିୟୋ ହେଲିକେପ୍ଟର ସ୍ୱଦେଶ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତରେ ସଫଳତା ପୂର୍ବକ ଲ୍ୟାଣ୍ଡିଙ୍ଗ କରିଥିଲା । ଏହା ଦ୍ୱାରା ଭାରତରେ ଯୁଦ୍ଧ କରିବା କ୍ଷମତାରେ ଲାଭ ମିଳିବା ସହ ସାମୁଦ୍ରିକ ଗତିବିଧି ଉପରେ ନଜର ରଖାଯାଇ ପାରିବ । ଭବିଷ୍ୟତର କୌଣସି ଯୁଦ୍ଧରେ ନୌସେନା ର ଭୂମିକା ପ୍ରମାଣିତ ହେବ । ଏଥିରେ ସବମରିନର ଭୂମିକା ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ରହିବ । ସବମରିନର ବ୍ୟବହାର ତୁଳନାରେ ଟରପିଡୋର ଭୂମିକା ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ରହିବ । ଏହି ଯୁଦ୍ଧାସ୍ତ୍ର ପାଣି ଭିତରେ କିଛି ସେକେଣ୍ଡ ମଧ୍ୟରେ ହିଁ ଶତ୍ରୁ ସବମରିନକୁ ଲକ୍ଷ୍ୟ କରି ଏହାକୁ ନଷ୍ଟ କରିବାରେ ସମର୍ଥ ହେବ । ଭାରତ ଦ୍ୱାରା ବିକଶିତ ହୋଇଥିବା ଟରପିଡୋର ସଫଳ ପରୀକ୍ଷଣ, ଭାରତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ସମୟରେ ଏହାର ଭୂମିକାକୁ ଦର୍ଶାଇବ ।