ବ୍ରହ୍ମୋସ୍ ମିସାଇଲ୍ ୟୁନିଟରୁ ଗିରଫ ହେଲା ଆଇଏସଆଇ ଏଜେଣ୍ଟ

( ମମତା ସାମଲ): ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇର ଜଣେ ଏଜେଣ୍ଟ ଆଜି ମହାରାଷ୍ଟ୍ରର ନାଗପୁର ସ୍ଥିତ ବ୍ରହ୍ମୋସ୍ ମିସାଇଲ୍ ୟୁନିଟରୁ ଗିରଫ ହେବା ଘଟଣା ଦେଶବ୍ୟାପି ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସଂପୃକ୍ତ ବ୍ୟକ୍ତି ଜଣକ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଅଧିନସ୍ଥ ନାଗପୁର ବ୍ରହ୍ମୋସ୍ ମିସାଇଲ୍ ୟୁନିଟରେ ଜଣେ କର୍ମଚାରୀ ରୂପେ କାର୍ୟ୍ୟ କରୁଥିଲା। ପରେ ସେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଇଣ୍ଟର- ସର୍ଭିସ୍ ଇଣ୍ଟେଲିଜେନ୍ସ ର ଜଣେ ଏଜେଣ୍ଟ ସାଜିବା ସହ ପାକିସ୍ତାନୀ କତ୍ତୃପକ୍ଷଙ୍କୁ ନାଗପୁର ବ୍ରହ୍ମୋସ୍ ମିସାଇଲ୍ ୟୁନିଟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୁପ୍ତ ତଥ୍ୟ ପ୍ରଦାନ କରି ଆସୁଥିଲା। ଦେଶଦ୍ରୋହରେ ଲିପ୍ତ ରହିବା ସହ ଆଇଏସ୍ଆଇ ଏଜେଣ୍ଟ ସାଜିଥିବା ଏହି ବ୍ୟକ୍ତିର ନାମ ନିଶାନ୍ତ ଅଗ୍ରଓ୍ଵାଲ ଥିବା ଜାଣିବାକୁ ମିଳିଛି। ନିଶାନ୍ତର ଗତିବିଧି ଓ କାର୍ୟ୍ୟକଳାପ କ୍ରମେ ସନ୍ଦେହଜନକ ହେବାରୁ ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ଗତ କିଛିଦିନ ହେଲା ତା’ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ଶେଷରେ ନିଶାନ୍ତକୁ ଆଜି ଉତ୍ତରପ୍ରଦେଶ ଏଟିଏସ୍ ଆଜି ମହାରାଷ୍ଟ୍ର ପୁଲିସ୍ ସହାୟତାରେ ଗିରଫ କରିଛି।