(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡ଼ିଓ) ବାଲେଶ୍ୱର ଆଇଟିଆର ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ କ୍ଷେପଣାସ୍ତ୍ର ପରୀକ୍ଷଣ କରି ସଫଳତା ହାସଲ କରିଛି । ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲର(ଏଚଏସଟିଡ଼ି)ର ଉତକ୍ଷେପଣ ହୋଇଥିଲା । ଭଦ୍ରକ ଧାମରା କଲାମ ଦ୍ୱୀପରୁ ଏଚଏସଟିଡ଼ିର ପରୀକ୍ଷଣ ହୋଇଛି । ଡିଆରଡ଼ିଓର ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ସକାଳ ୧୧ଟା ୨୨ରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା ।
୨୦୧୭ ମସିହାରେ ଦୁଇଥର ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲରସଫଳ ପରୀକ୍ଷଣ କରାଯାଇଥିଲା ।ଏହା ୨୦ସେକେଣ୍ଡ ମଧ୍ୟରେ ୩୨.୫ କିମି ଉଚ୍ଚ ଯାଏ ଯାଇପାରିବ । ଏହା ସହ ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲ ୭,୯୬୨ କିମି ବେଗରେ ଗତି କରିଥାଏ ।