ସକାଳୁ ସକାଳୁ ପିଉଛନ୍ତି କି ଗରମ ଚା ବା କଫି ? ହୋଇପାରେ ଏହି ସମସ୍ୟା

ଅଧିକାଂଶ ଲୋକେ ଏକ କପ୍ ଗରମ ଚା ବା କଫି ସହିତ ନିଜ ସକାଳର ଶୁଭାରମ୍ଭ କରିଥାନ୍ତି । କିନ୍ତୁ ସବୁବେଳେ ଏମିତି କରିବା ଶରୀର ପ୍ରତି ଆଦୌ ଠିକ୍ ନୁହେଁ ।

ଅଧିକାଂଶ ଲୋକେ ଏକ କପ୍ ଗରମ ଚା ବା କଫି ସହିତ ନିଜ ସକାଳର ଶୁଭାରମ୍ଭ କରିଥାନ୍ତି । କିନ୍ତୁ ସବୁବେଳେ ଏମିତି କରିବା ଶରୀର ପ୍ରତି ଆଦୌ ଠିକ୍ ନୁହେଁ । ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ସିଧାସଳଖ ପଡିଥାଏ । ତେଣୁ ଏଥିପ୍ରତି ସଜାଗ ରହିବା ଉଚିତ୍ ।

ଚା ଓ କଫି

ଯଦି ଆପଣଙ୍କର ଚା ଓ କଫି ପିଇବା ଅଭ୍ୟାସ ଅଛି ତେବେ ପିଅନ୍ତୁ କିନ୍ତୁ ସବୁ ସମୟରେ ନୁହେଁ । ଏହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇପାରେ ଏବଂ ଆପଣଙ୍କ ସ୍ଲିପ୍ ସାଇକଲ ମଧ୍ୟ ଡିଷ୍ଟର୍ବ ହୋଇପାରେ । ସକାଳେ ଚା ବା କଫି ପିଇଲେ ଆପଣଙ୍କ ମୁଡ୍ ଇମ୍ପ୍ରୁଭ୍ ହୋଇଥାଏ । ଏଥିରେ କୈଫିନର ମାତ୍ରା ଅଧିକ ରହିଥାଏ । ଏହା ମାନସିକ ଏବଂ ଶାରିରୀକ ରୂପେ ଆପଣଙ୍କୁ ଫ୍ରେଶ୍ ରଖିଥାଏ । କିନ୍ତୁ ଏଥିରେ କ୍ଷତି ମଧ୍ୟ ହୋଇଥାଏ । ଦୁଗ୍ଧ ଏବଂ ସେଓ ସମ୍ପର୍କରେ ଏକ୍ସପର୍ଟ୍ସମାନେ କୁହନ୍ତି ଯେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ଫାଇଦା ପହଞ୍ଚାଇଥାଏ । କିନ୍ତୁ ଏହାକୁ ସବୁ ସମୟରେ ଖାଇବା ଅନୁଚିତ୍ । ଏହାକୁ ସଠିକ୍ ସମୟରେ ଖାଇଲେ ହିଁ ଏହାର ଫାଇଦା ମିଳିଥାଏ । ସଠିକ୍ ସମୟରେ ଏହାକୁ ଖାଇଲେ ଏଥିରେ ଥିବା ପୋଷକ ତତ୍ୱର ଫାଇଦା ଆପଣଙ୍କୁ ମିଳିଥାଏ ।