ନୂଆଦିଲ୍ଲୀ: ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍ । ଦ୍ବିତୀୟ ଥର ପାଇଁ ୨୫% ବଢାଇଲେ ଟ୍ରମ୍ପ । ଏହାକୁ ମିଶାଇ ଭାରତ ଉପରେ ଟାରିଫ ୫୦%କୁ ବୃଦ୍ଧି । ଟାରିଫ ୫୦%କୁ ବୃଦ୍ଧି ନେଇ ଜାତୀୟ ଗଣମାଧ୍ୟମରେ ସୂଚନା । ଏଣିକି ଭାରତର ସାମଗ୍ରୀ ଆମେରିକାରେ ୫୦ ପ୍ରତିଶତ ଅଧିକ ଦରରେ ବିକ୍ରି ହେବ ।ଗତକାଲି ଶୁଳ୍କ ବା ଟାରିଫ ବଢାଇବାକୁ ଧମକ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଆଜି ତାହାକୁ କାର୍ଯ୍ୟକାରୀ କରିଛନ୍ତି । ଭାରତ ଉପରେ ଆଉ ୨୫% ଟାରିଫ ଲଗାଇଛନ୍ତି ଟ୍ରମ୍ପ । ରୁଷିଆ ଠାରୁ ଭାରତ ତେଲ କିଣୁଥିବାରୁ ରାଗ ସୁଝାଉଛି ଆମେରିକା ।
କହିରଖୁଛୁ ଯେ, ଗତକାଲି ଟ୍ରମ୍ପ କହିଥିଲେ ‘ଭାରତ ଏକ ଭଲ ବାଣିଜ୍ୟିକ ଅଂଶୀଦାର ନୁହେଁ କାରଣ ସେମାନେ ଆମ ସହିତ ବହୁତ ବାଣିଜ୍ୟ କରନ୍ତି, କିନ୍ତୁ ଆମେ ସେମାନଙ୍କ ସହିତ ଅଧିକ ବାଣିଜ୍ୟ କରୁନାହୁଁ। ତେଣୁ ଆମେ ୨୫ ପ୍ରତିଶତ ଶୁଳ୍କ ଉପରେ ରାଜି ହୋଇଥିଲୁ, କିନ୍ତୁ ମୁଁ ଭାବୁଛି ମୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାକୁ ବହୁତ ବୃଦ୍ଧି କରିବି କାରଣ ସେମାନେ ରୁଷଠାରୁ ତେଲ କିଣୁଛନ୍ତି।’ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଭାରତ ରୁଷରୁ ତେଲ କିଣୁଛି ଏବଂ ଲାଭରେ ବିକ୍ରି କରୁଛି। ଟ୍ରମ୍ପଙ୍କ ଏହି ବୟାନ ଉପରେ ଭାରତ ଅଶୋଧିତ ତେଲ ରପ୍ତାନି ସମ୍ପର୍କରେ ଆମେରିକା ଏବଂ ୟୁରୋପୀୟ ସଂଘକୁ ସମାଲୋଚନା କରିଥିଲା।
ସୂଚନାଯୋଗ୍ୟ, ଭାରତ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଅଗଷ୍ଟ ୧ ତାରିଖରେ ଭାରତରୁ ଆମେରିକାକୁ ଯାଉଥିବା ବିଭିନ୍ନ ଦ୍ରବ୍ୟ ଉପରେ ୨୫% ଶୁଳ୍କ ଲାଗୁ କରିଥିଲେ । ଯାହା ଭାରତର ଅର୍ଥନୈତିକ କ୍ଷତିର ଆଶଙ୍କା ବଢ଼ାଇଥିଲା । ଭାରତର ଆମେରିକାକୁ ୮୭ ବିଲିୟନ ଡଲାରର ରପ୍ତାନୀ କରେ, ଯାହା ବର୍ତ୍ତମାନ ବିପଦରେ। ଟ୍ରମ୍ପ ଏହି ଶୁଳ୍କବୃଦ୍ଧିକୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଆମେରିକାର ପ୍ରଭାବ ପ୍ରତିପାଦନ ବୋଲି ଦର୍ଶାଇଥିବା ବେଳେ, ଏହା ଭାରତର ରୁଷିଆ ସହିତ ବଢୁଥିବା ପ୍ରତିରକ୍ଷା ଓ ଶକ୍ତି ସମ୍ପର୍କ ସହିତ ଜଡ଼ିତ ବୋଲି ଜଣାପଡ଼ିଛି।