ହୋଲି ଦିନ କରନ୍ତୁ ଏହି କାମ : ଘରେ ବଢିବ ଧନସମ୍ପତ୍ତି

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ଯାହାକୁ ଗଣପର୍ବ ବୋଲି କୁହାଯାଏ । ଏହି ଦିନରେ ଲୋକମାନେ ଖୁବ ଆନନ୍ଦରେ ଉଭୟ ଉଭୟଙ୍କୁ ରଙ୍ଗ ବୋଳାବୋଳି ହୋଇଥାନ୍ତି । ଶତ୍ରୁତା ବି ବନ୍ଧୁତ୍ୱାରେ ପରିଣତ ହୋଇଥାଏ ହୋଲି ପର୍ବରେ । ହିନ୍ଦୁ ଧର୍ମରେ ହୋଲି ପର୍ବକୁ ନେଇ ରହିଛି ଅନେକ ମହତ୍ତ୍ୱ । ଅଧର୍ମ ଉପରେ ଧର୍ମର ଜୟ ହୁଏ ବୋଲି କୁହାଯାଏ । ଚୈତ୍ରମାସ ପ୍ରତିପଦା ତିଥିରେ ହୋଲି ପାଳନ କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନରେ କିଛି କଥା ଧ୍ୟାନ ରଖିବା ଦ୍ୱାରା ଜୀବନରେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାର କିଛି ବାସ୍ତୁ ଉପାୟ ମଧ୍ୟ ରହିଛି। ଘରେ ତୁଳସୀ କିମ୍ବା ମନି ପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୁଏ। ଧାର୍ମିକ ମାନ୍ୟତା ଅନୁସାରେ, ଏହି ଗଛ ଘରକୁ ସୌଭାଗ୍ୟ ଆଣିଦିଏ। ଏହାକୁ ଘରେ ଲଗାଇବା ଦ୍ୱାରା ଗ୍ରହ ଦୋଷ ମଧ୍ୟ ଦୂର ହୁଏ। ବାସ୍ତୁ ଅନୁଯାୟୀ, ଘରେ ବାହାରେ ଲଗାଯାଇଥିବା ଧ୍ୱଜାକୁ ହୋଲିଦିନ ବଦଳାଇ ଦିଅନ୍ତୁ। ଘରେ ଲଗାଇଥିବା ଧ୍ୱଜକୁ ପରିବାରରେ ମାନ ସମ୍ମାନ, ସୁଖ ସମୃଦ୍ଧି ଆଣିଥାଏ। ଏହାସହିତ ଘରେ ଲୋକଙ୍କ ମଧ୍ୟରେ ଭଲପାଇବା ବଢିଥାଏ।ବାସ୍ତୁ ମୁତାବକ, ପରିବାରର କୌଣସି ସଦସ୍ୟଙ୍କ ଉନ୍ନତି ଚାହୁଁଥିଲେ, ହୋଲି ଦିନ ମୁଖ୍ୟଦ୍ୱାର ବାହାରେ ଉପରେ ସୂର୍ଯ୍ୟଦେବଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢିଥାଏ। କଷ୍ଟରୁ ମୁକ୍ତି ମିଳିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ହୋଲି ଦିନ ବେଡରୁମରେ ରାଧା-କୃଷ୍ଣଙ୍କ ଫଟୋ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ବାସ କରିଥାଏ। ବେଡରୁମରେ ଫଟୋ ଲଗାଇବା ପରେ ସେଥିରେ ଫୁଲ ଏବଂ ଗୁଲାଲ ଅର୍ପଣ କରନ୍ତୁ। ଏହାଯୋଗୁଁ ପତିପତ୍ନୀଙ୍କ ମଧ୍ୟ ପ୍ରେମ ବଢିଥାଏ।