କଳିଙ୍ଗ ଷ୍ଟାଡିୟମରେ ପଦର୍ଶନୀ ମ୍ୟାଚ୍

(ଆଦର୍ଶ ରାଉତ): ବୁଧବାର ଦିନ କଳିଙ୍ଗ ଷ୍ଟାଡିୟମ ଭିତରେ ଥିବା ହକ୍କି ଷ୍ଟାଡିୟମର ଏକ ପଦର୍ଶନୀ ହକି ମ୍ୟାଚର ଆୟୋଜନ କରାଯିବ । ଏହି ମ୍ୟାଚଟି ଦିଲ୍ଲୀପ ତିର୍କୀ – ୧୧ ଓ ଧନରାଜ ପିଲେ -୧୧ ଙ୍କ ମଧ୍ୟରେ ଖେଳାଯିବ । ଉଭୟ ଦଳର କିଛି ପୂର୍ବତନ ଖେଳାଳୀ ଓ ବର୍ତ୍ତମାନର ଖେଳାଳୀ ସାମିଲ ରହିବେ

ପୂର୍ବତନ ହକିଅଧିନାୟକ ଦୀଲିପ ତର୍କି କହିଛନ୍ତି କି ଆଗରୁ ଯେଉଁଭଳି ଭାବେ ମ୍ୟାଚ ଖେଳୁଥିଲି ସେଇଭଳି ଭାବରେ ଖେଳିବି ଆଉ ଦର୍ଶକ ମାନଙ୍କ ମନ ଜିଣିବି । ହେବାକୁ ଥିବା ମ୍ୟାଚରେ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ଗୋଟିଏ ପରିଚୟ ପତ୍ର ଦେଖାଇ ଦୁଇଟି ପାସ ଦିଆଯାଇଛି ।