ଅଗ୍ନିପଥ ଯୋଜନାକୁ ନେଇ ଭିନ୍ନ ପ୍ରତିବାଦ: ୬୦ କିମି ଦୌଡିଲେ ଯୁବକ

ନବରଙ୍ଗପୁର: ଅଗ୍ନିପଥ ଯୋଜନାକୁ ନେଇ ସାରାଦେଶରେ ପ୍ରତିବାଦର ନିଆଁ ଜଳୁଥିବାବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷୀ ନଗରର ଯୁବକ ନରେଶ ବିଶ୍ୱାସ ଭିନ୍ନ ପ୍ରତିବାଦ କରିଛନ୍ତି। ଚାକିରି କାଳକୁ ୪ ବର୍ଷକୁ ୧୫ ବର୍ଷ କରିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପର୍ଯ୍ୟନ୍ତ ୬୦ କିମି ପର୍ଯ୍ୟନ୍ତ ଦୌଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ। ତେବେ ବିରୋଧ କରିବା ଲାଗି ହିସାଂ ଉପାୟ ନ ଆପଣାଇବାକୁ ପ୍ରବତାଇଛନ୍ତି। ସେନା ଲାଗି ଆଶାୟୀ ଯୁବକ ନରେଶର ବାପା ନଥିବାବେଳେ ଦେଶ ଦେଶସେବା ଲାଗି ପୁଅ ଆଗ୍ରହୀ ଥିବା ନିଜ ମାଆ କହିଛନ୍ତି। ଅଗ୍ନିପଥ ଯୋଜନାକୁ ମୁଁ ବିରୋଧ କରୁଛି। ଚାକିରି ଅବଧିକୁ ୪ ବର୍ଷ ନକରାଯାଇ ୧୫ ବର୍ଷ କରାଗଲେ ଆମ ଭଳି ଯୁବକମାନେ ଉପକୃତ ହୋଇପାରିବେ ବୋଲ ନରେଶ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଶୁକ୍ରବାର କଟକର କ୍ୟାଣ୍ଟେନମେଣ୍ଟ ରୋଡରେ ଥିବା ସେନା ନିଯୁକ୍ତି ଅଫିସ୍ ଆଗରେ ଆଶାୟୀ ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଶନିବାର ମଧ୍ୟ ବ୍ରହ୍ମପୁର ଆରଡିସି ଅଫିସ ସମ୍ମୁଖରେ ଆଶାୟୀ ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ପୂର୍ବରୁ ଶାରୀରିକ ଓ ମେଡିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବକଙ୍କ ଲିଖିତ ପରୀକ୍ଷା କରାଯାଇ ପୂର୍ବଭଳି ନିଯୁକ୍ତି ଦିଆଯାଉ ବୋଲି ପ୍ରତିବାଦକାରୀମାନେ କହିଥିଲେ।