କଟକ-: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ ଆତଙ୍କ । ପିଜି ଛାତ୍ରାବାସରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୫୦ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏସସିବି ଟିମ ନଜର ରଖିଛନ୍ତି । ହଷ୍ଟେଲ ଖାଦ୍ୟ ଖାଇବା ପରେ ଛାତ୍ରମାନେ ଝାଡ଼ାବାନ୍ତିର ଶିକାର ହୋଇଥିବା କୁହାଯାଉଛି। ତେବେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ଛାତ୍ରମାନଙ୍କ ଉପରେ କର୍ତ୍ତୃପକ୍ଷ ନଜର ରଖିଛି ।