ହୀରାକୁଦ ଅଞ୍ଚଳରେ ବ୍ୟାପିଛି ଝାଡାବାନ୍ତି ; ୪୦ରୁ ଅଧିକ ଆକ୍ରାନ୍ତ , ଜଣେ ମୃତ

0

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ବ୍ୟାପିଛି ଝାଡାବାନ୍ତି । ଡାଇରିଆରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗତ ଦୁଇ ଦିନରେ ପ୍ରାୟ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ହୀରାକୁଦ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ , ସେମାନଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜନସ୍ବାସ୍ଥ୍ୟ ଏଡିଏମଓ।ଦୂଷିତ ପାଣି ଯୋଗୁ ଏଭଳି ଡାଇରିଆ ବ୍ୟାପୁଛି ବୋଲି କହିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ତେବେ ବର୍ତ୍ତମାନ ସେହି ଅଞ୍ଚଳର ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଆଜି(ଶନିବାର) ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସମ୍ବଲପୁରରୁ ହୀରାକୁଦ ଯାଇ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ। ହୀରାକୁଦ ସହରର ଗୁରୁଦ୍ବାରପଡା, ଗୌଡପଡା, କାଲୋପଡା, ନ୍ୟୁ ମାର୍କେଟ କଲୋନୀ ଏବଂ ମାଛପଡାରେ ସଂକ୍ରମଣ ହାର ବୃଦ୍ଧି ପାଇଥିବା କୁହାଯାଉଛି ।