(ସୌମ୍ୟ ରଞ୍ଜନ ସେଠୀ): ମଧୁମେହ ହେଇଛି କି ?? ଅଧିକ ଔଷଧ ଖାଉଛନ୍ତି କି ..? ତାହାଲେ ଔଷଧ ରୁ ମୁକ୍ତି ପାଇବା ପାଇଁ ଚାଲନ୍ତୁ ଜାଣିବା କିଛି ଘରୋଇ ଉପକରଣ । ମଧୁମେହ ସମସ୍ୟାରୁ ମୁକ୍ତି ପାଇଁ ସମସ୍ତେ ଡାକ୍ତରଙ୍କ ପରାମର୍ଶ ନେଇଥ।।ନ୍ତି, କିନ୍ତୁ ଆପଣ ଜାଣନ୍ତି କି କଞ୍ଚା କଦଳୀ ଖାଇବା ଦ୍ୱାରା ଆପଣଙ୍କ ମଧୂମେହ ନିୟନ୍ତ୍ରଣ ହୋଇପାରିବ । ତାହାଲେ ଆସନ୍ତୁ ଜାଣିବା କଞ୍ଚା କଦଳୀର ଉପକାରିତା ।
୧ – କଞ୍ଚା କଦଳୀରେ ଶର୍କରା ବାସ୍ତବରେ କମ ପରିମାଣ ଥାଏ । ଏହି କାରଣରୁ କଞ୍ଚା କଦଳୀ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇଥାଏ । ଏଥିରେ ୫୫ ରୁ କମ ଗ୍ଲାଇସେମିକ ଇଣ୍ଡେସ୍କ ରହିଛି ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଡାଇବେଟିସ ରୋଗୀ ନିଜ ଦୈନିକ ଭୋଜନରେ କଞ୍ଚା କଦଳୀକୁ ସାମିଲ କରିପାରିବେ ।
୨- କଞ୍ଚା ଏବଂ ପାଚିଲା କଦଳୀରେ ସବୁଠାରୁ ଆବଶ୍ୟକ ଭିଟାମିନ୍ ଏବଂ ଖଣିଜ ଲବଣ ରହିଥାଏ । ଏଥିରେ ବିଶେଷ କରି ଭିଟାମିନ୍ ସି ଏବଂ ଭିଟାମିନ୍ ବି-୬ ରହିଛି । ଭିଟାମିନ୍ ସି ସୁସ୍ଥ ତ୍ୱଚା ଏବଂ କେଶ ପାଇଁ ଆବଶ୍ୟକ ଥିବାବେଳେ ଭିଟାମିନ୍ ବି-୬ ଖାଦ୍ୟକୁ ଶକ୍ତିରେ ପରିବର୍ତ୍ତନ କରିବା ପାଇଁ ସାହାଯ୍ୟ କରିଥାଏ ।
୩- କଞ୍ଚା କଦଳୀରେ ଥିବା ଫାଇବର୍ ହଜମ ପ୍ରକ୍ରିୟାକୁ ସହଜ କରିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବା ସହିତ ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଏହାକୁ ନିୟମିତ ଖାଇଲେ କୋଲେଷ୍ଟ୍ରଲ୍ ମଧ୍ୟ କମ୍ ହୋଇଥାଏ । ଏହା ସହ କଞ୍ଚା କଦଳୀ ହୃତପିଣ୍ଡକୁ ସୁସ୍ଥ ରଖିବା ସହିତ ହୃଦଘାତ ଆଶଙ୍କା କମ୍ କରିଥାଏ।
୪ – କଞ୍ଚା କଦଳୀରେ ଥିବା ଫାଇବର୍ ପେଟର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ସିଝା ଏବଂ ପାଚିଲା କଦଳୀ ଖାଇଲେ ପେଟର ସମସ୍ତ ସମସ୍ୟା ଦୂର ହୋଇଥାଏ, କିନ୍ତୁ ତେଲରେ ଛଣା ଯାଇଥିବା କଞ୍ଚା କଦଳୀ ଖାଇବାରୁ ନିବୃତ୍ତ ରହିବା ଉଚିତ୍ । ଏହା ଶରୀରରେ କ୍ୟାଲୋରୀ ବୃଦ୍ଧି କରିଥାଏ।
୫- କଞ୍ଚା କଦଳୀରେ ପ୍ରଚୁର ମାତ୍ରାରେ ଫାଇବର୍ ଥିବାରୁ ଏହାକୁ ଖାଇଲେ ଲମ୍ବା ସମୟ ପାଇଁ ଭୋକ ଲାଗି ନ ଥାଏ। ଓଜନ କମ୍ କରିବା ପାଇଁ ଚାହୁଁଥିବା ବ୍ୟକ୍ତି ନିଜର ନିତିଦିନିଆ ଖାଦ୍ୟରେ କଞ୍ଚା କଦଳୀକୁ ସାମିଲ୍ କରି ପାରିବେ। ଏହା ଭୋକକୁ ଦୂରେଇ ଦେଉଥିବାରୁ ଜଙ୍କ୍ ଫୁଡ୍ ଖାଇବା କମ୍ ହୋଇଥାଏ।
୬- କଞ୍ଚା କଦଳୀରେ ପୋଟାସିୟମ ଅଧିକ ମାତ୍ରାରେ ରହିଥାଏ । ପୋଟାସିୟମ ଥିବା ଖାଦ୍ୟ ପଦାର୍ଥ କିଡିନୀ ପାଇଁ ଉପକାରୀ । ଏହା ସହିତ କଞ୍ଚା କଦଳୀ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।