ନୀତିନଙ୍କୁ ଭେଟିଲେ ଧର୍ମେନ୍ଦ୍ର

ବ୍ୟୁରୋ : ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଡକ ପରିବାହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ଭେଟି ଓଡିଶାର ୪ଟି ପ୍ରମୁଖ ରେଳ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି । ଏବଂ ତ୍ୱରିତ ପଦକ୍ଷେପ ନେବା ପାଇଁ କରିଛନ୍ତି । କଟକ ସମ୍ବଲପୁର ଭାୟା ଅନୁଗୁଳ ପ୍ରକଳ୍ପ, କୋଷ୍ଟାଲ ହାଇବେ, କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ସହିତ ପାରାଦ୍ୱୀପ ବଡବିଲ କାରଡର ପ୍ରୋଜେକ୍ଟ ବିଷୟରେ ସମୀକ୍ଷା ହୋଇଛନ୍ତି ।

ଭାରତମାଳା ଯୋଜନାରେ ରାମେଶ୍ୱରରୁ ଦୀଘା ୩୪୫ କିଲୋମିଟର ପାଇଁ ୧୧,୦୪୦ କୋଟି ଟଙ୍କାର ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ମାଟିର ପରୀକ୍ଷଣ ଚାଲିଛି । ଏହାଛଡା ସହରାଞ୍ଚଳ ବିକାଶ ପାଇଁ ମୋଟ ୫୭୪୪ କୋଟି ଟଙ୍କାର ଯେଉଁ ବ୍ୟୟବରାଦ କରାଯାଇଛି ସେ ବିଷୟରେ କଥା ହୋଇଛନ୍ତି । ଏନଏଚ ୧୬, କ୍ୟାପିଟାଲ ରିଜିୟନ ରାଡ ଖୋର୍ଦ୍ଧା, କଟକ ଭୂବନେଶ୍ୱର ବାଇପାସ ଦେଇଯିବ । ୨୦୨୨ ଶେଷ ସୁଧା ଏହି ପ୍ରକଳ୍ପର ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

ଦୁଇଟି ଭିନ୍ନ ଭିନ୍ନ ପତ୍ର ଲେଖି ପ୍ରଧାନ ପୂର୍ବାଞ୍ଚଳ ଓ ପଶ୍ଚିମ ଓଡିଶାର ବିକାଶ ପାଇଁ ଗୁରୁତ୍ୱ ରଖୁଥିବା ପ୍ରକଳ୍ପ ସବୁର ତଦାରଖ କରିବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି । ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଅନୁଗୁଳ ଦେଇ ଯିବାକୁଥିବା କଟକ ସମ୍ବଲପୁର ଶିଳ୍ପଭିତ୍ତିକ ସହର, କୃଷି କେନ୍ଦ୍ର ଓ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଦେଇଯିବ ତେଣୁ ତାହର କାର୍ଯ୍ୟ ଶୀଘ୍ର ଶେଷ ହେବାର ଆବଶ୍ୟକତା ରହିଛି ।