ନୂଆପଡାରେ ଡିଜି ଅଭୟ

ନୂଆପଡା: ଆଜି ନୂଆପଡାକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପୋଲିସ ବିଭାଗର ମହାନିର୍ଦ୍ଦେଶକ ଏମ. ଅଭୟ । ଜିଲ୍ଲାର ମାଓ ପରିସ୍ଥିତି ସମ୍ପର୍କରେ ବୁଝିବା ସହ ସେମାନଙ୍କ ଗତିବିଧି ନେଇ ସମୀକ୍ଷା କରାଯାଇଛି । ମାଓବାଦୀଙ୍କ ଗଡ ବୋଲି କୁହାଯାଉଥିବା ସୁନାବେଡା ଅଭୟାରଣ୍ୟର ଆକାଶମାର୍ଗରେ ବୁଲିବା ସହିତ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ସହ ଅଲୋଚନା କରିଥିଲେ ଡିଜି । ଏହାପରେ ନୂଆପଡା ଏସପିଙ୍କ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ କରି ଗତ କିଛି ବର୍ଷରେ ମାଓ ଗତିବିଧି କମିଥିବା ନେଇ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି । ତେବେ ଏହା କେବଳ ଏଠାରେ ନିୟୋଜିତ ହୋଇଥିବା CRPF ଯବାନମାନଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । CRPF ବ୍ୟତୀତ ଓଡିଶା ପୋଲିସକୁ ମଧ୍ୟ ଏହାର ଶ୍ରେୟ ଦେଇ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।