ବାରମ୍ବାର ଅନୁରୋଧ ସତ୍ୱେ ପ୍ରଶାସନିକ କରୁନି ସମସ୍ୟାର ସମାଧାନ

ବାରମ୍ବାର ଅନୁରୋଧ ସତ୍ୱେ ପ୍ରଶାସନିକ କରୁନି ସମସ୍ୟା ସମାଧାନ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ର ଏକ ବଡ଼ ଧରଣର ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି । ଅଭିଯୋଗ ନିବାରଣ ଫୋରମ୍ (GRF) ର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏକ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା ଦୁଇ ବର୍ଷରୁ ଅଧିକ ସମୟ ଧରି ଅଟକି ରହିବା, ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଶୈଳୀ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

TPCODL Mitra – Apps on Google Play

ବାଳକାଟିର ଅଞ୍ଚଳ ପ୍ରତାପ ଶାସନ ନିବାସୀ ତାପସ ରଞ୍ଜନ ନନ୍ଦ, ନିଜର ବ୍ୟକ୍ତିଗତ ମାଲିକାନାରେ ଥିବା ଟ୍ରାନ୍ସଫର୍ମରକୁ ବିଭାଗକୁ ସମର୍ପଣ ଓ ହସ୍ତାନ୍ତର କରିବା ପାଇଁ ୧୭ ମଇ ୨୦୨୩ ରେ ଆବେଦନ କରିଥିଲେ। ହେଲେ ବାରମ୍ବାର ଅନୁରୋଧ ଓ ଅଭିଯୋଗ ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ।

The Difference Between Power and Distribution Transformers

ଜଣେ ସ୍ଥାନୀୟ ବାସିନ୍ଦା ନୂତନ ବିଦ୍ୟୁତ ସଂଯୋଗ ପାଇଁ ଜିଆରଏଫ୍‌ର ଦ୍ୱାରସ୍ଥ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଟ୍ରାନ୍ସଫର୍ମରଟି ଶ୍ରୀ ନନ୍ଦଙ୍କର ଏବଂ ସେ ପୂର୍ବରୁ ଏନଓସି ପ୍ରଦାନ କରିସାରିଛନ୍ତି। ଏନେଇ ଜିଆରଏଫ୍ ନିଜ ଆଦେଶନାମା (CC No.127/2025) ରେ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ବିନା ବିଳମ୍ବରେ ନୂତନ ସଂଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଟିପିସିଓଡିଏଲ୍ ଏହି ନିୟାମକ ଆଦେଶକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।