ଗୋପ(ଜୟନ୍ତ କୁମାର ସେଠୀ): ବିବାଦ ଘେରକୁ ଆସିଛି ଉପ ବାଚସ୍ପତି ରଜନୀ କାନ୍ତ ସିଂହଙ୍କର ଏ ମନ୍ତବ୍ୟ । ସାଧାରଣରେ ପାଲଟିଛି ତୀଵ୍ର ସମାଲୋଚନାର ବିଷୟ । ବିଜେଡିର ଏକ ସଭାରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଓଡିଶାବାସୀଙ୍କ ଠାକୁର ବୋଲି ମନ୍ତବ୍ୟ ଦେଇଥିଲେ ରଜନୀକାନ୍ତ । ଯାହା ଏବେ ବିବାଦ ଘେରକୁ ଆସିଛି । ଯାହାକୁ ତୀଵ୍ର ପ୍ରତିବାଦ କରିଛି ପୁରୀର ବିଜେପି ଯୁବ ମୋର୍ଚ୍ଚା । ସାଢେ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ହେଲେ ଉପ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଯାଇ ଚାଟୁକାରିତାର ସମସ୍ତ ସୀମା ଉଲ୍ଲଙ୍ଘନ କରିଥିବା ପୁରୀ ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପ ବାଚସ୍ପତି ପଦରୁ ବହିଷ୍କାର କରି କାର୍ୟ୍ୟାନୁଷ୍ଠାନ ନେବାକୁ ପୁରୀ ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି ।