ଗିରଫ ହେଲେ ଡେପୁଟି ଡାଇରେକ୍ଟର ଓ ମିଡିଲମ୍ୟାନ୍

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଗିରଫ ହେଲେ ଡେପୁଟି ଡାଇରେକ୍ଟର ଓ ମିଡିଲମ୍ୟାନ୍ । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଡେପୁଟି ଡାଇରେକ୍ଟର ଚିନ୍ତନ ଶ୍ରୀବାସ୍ତବ ଓ ମିଡିଲମ୍ୟାନ ଭକ୍ତି ବେହେରା । ଦୁହିଁଙ୍କୁ ମୁହାଁମୁହିଁ ଜେରା କରିବା ପରେ ଗିରଫ ହୋଇଛନ୍ତି? ସୂଚନା ମୁତାବକ, ଜଣେ ଖଣି ବ୍ୟବସାୟୀଙ୍କ କେସ୍ ରଫାଦଫା କରିବା ପାଇଁ ୨୦ ଲକ୍ଷ ଲାଞ୍ଚ ନେଉଥିଲେ । ଠିକ ସେତିକିବେଳେ ମାଡିବସିଥିଲା ଭିଜିଲାନ୍ସ । ତେବେ ଢେଙ୍କାନାଳ ଅଞ୍ଚଳର ଖଣି ବ୍ୟବସାୟୀ ଏନେଇ ସିବିଆଇକୁ ସୂଚନା ଦେଇଥିଲେ । ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ଚଢାଉ କରାଯାଇଥିଲାସିବିଆଇ ପଞ୍ଝାରେ ଇଡି ଡେପୁଟି ଡାଇରେକ୍ଟର, ରେଡ୍ ଭୟ ଦେଖାଇ ବ୍ୟବସାୟୀଙ୍କ ଲୁଟ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚଗତ ଜାନୁଆରୀ ୮ ତାରିଖରେ ଖଣି ଦୁର୍ନୀତିକୁ କେନ୍ଦ୍ର କରି ରାଜ୍ୟରେ ଏକାଧିକ ସ୍ଥାନରେ ରେଡ଼ ହୋଇଥିଲା । ସେହି କେସ୍‌କୁ ଚାପିବା ପାଇଁ ୧ କୋଟି ଟଙ୍କାର ଡିଲ୍ ହୋଇଥିଲା । ୨୦ଲକ୍ଷ ଟଙ୍କା ନେଉଥିବା ବେଳେ ପ୍ରଥମେ ମିଡ଼ିଲମ୍ୟାନକୁ ଧରାଯାଇଥିଲା । ତାଠାରୁ ମିଳିଥିବା ସୂଚନା ଆଧାରରେ ଇଡି ଡେପୁଟି ଡାଇରେକ୍ଟରଙ୍କୁ କାବୁ କରାଯାଇଥିଲା । ତାଙ୍କୁ ଶୁକ୍ରବାର ଗିରଫ କରାଯାଇଥିବା ସିବିଆଇ ସୂଚନା ଦେଇଛି ।