( ଜୟନ୍ତ କୁମାର ସେଠୀ ) : ପୁରୀ ଜିଲ୍ଲା ଗୋପ ବ୍ଲକ ସାରେଡା ଗ୍ରାମରେ ୧୦ ବର୍ଷ ର ଶିଶୁ ଆକାଶ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲିବା ଓ କଥାକହିବା ଶକ୍ତି ହରାଇବାପରେ ଦାରିଦ୍ର୍ୟତା ସିମାରେଖା ତଳେ ରହିଥିବା ପିତା ମାତା ସରକାରଙ୍କ ସହାୟତାକୁ ଅନେଇ ବସିଛନ୍ତି। । ୮୦% ଭାଗ ସରକାରୀ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ସରକାରୀ ବାବୁଙ୍କ ଦୁଷ୍ଟି ଆଢ଼ୁଆଳରେ ରହିଜାଇଛନ୍ତି ଆକାଶ । ନା ମିଳିଛି ସହାୟତା ନା ସୁବିଧା । ପାରିବାରିକ ସ୍ଥିତି ଏତେ ଖରାପ ଥିଲାଯେ ଚିକିତ୍ସା ପାଇଁ ନେଇ ପାରିନଥିଲେ ପିତା ମାତା। ପରବର୍ତି ସମୟରେ ଭିନ୍ନକ୍ଷମ ହୋଇ ପଡ଼ିଥିଲେ ଆକାଶ। ୮୦%ଭାଗ ବିକଳାଙ୍ଗ ପ୍ରମାଣ ପତ୍ର ସରକାର ତରଫରୁ ମିଳିଥିଲେ ମଧ୍ୟ ସମସ୍ତ ସରକାରୀ ସହାୟତା ସୁଜୋଗରୁ ବଞ୍ଚିତ ଅଛନ୍ତି ବୋଲି ଆକାଶ ପରିବାର ତରଫରୁ ଅଭିଯୋଗ ହୋଇଅଛି।
ଏପଟେ ଆକାଶ ୮୦% ଭାଗ ଭିନ୍ନକ୍ଷମ ପ୍ରମାଣ ପତ୍ର ସରକାର ଦେଇଥିଲେ ମଧ୍ୟ ସରକାରୀ ଅଧିକାରୀଙ୍କ ଦୃଷ୍ଟିକୁ ଆସିପାରିନାହନ୍ତି ଆକାଶ । ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ଆକାଶର ଘଟଣା ନେଇ ଗୋପ ବ୍ଲକ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହନ୍ତି ଆପଣଙ୍କ ମାଧ୍ୟମରେ ଆକାଶଙ୍କ ବିଷୟରେ ଜାଣିବାକୁ ପାଇଲି, ଆକାଶଙ୍କୁ ଖୁବ ସିଘ୍ର ସାହଯ୍ୟ ଦିଆଯିବ ଓ ଆକାଶଙ୍କୁ ଉଚ୍ଚ ଚିକିତ୍ସା ପାଇଁ ସରକାରଙ୍କୁ ଜଣାଇବୁ ।