ବଦଳି ପାଇଁ ଅରାଜି ହେବାରୁ ବିଭାଗ ପକ୍ଷରୁ ନୋଟିସ ଜାରି

ଅର୍ଥ ବିଭାଗର ୧୦ ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ । ଜାନୁଆରୀ ୨୮ରେ ଅର୍ଥବିଭାଗ ଅନୁସଚିବ ସୁନୟନା ସିଂହ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।  ଚିଠିରେ ବରିଷ୍ଠ ଓଏଫ୍‌ଏସ୍‌ ସତ୍ୟସାଇ ଦାସ, ବିଜୟଲକ୍ଷ୍ମୀ ବିଶ୍ୱାଳ, ସନତ କୁମାର ଜେନା, ଗୀତା ଦାସ, ନିରୁପମା ସାହୁ, ପଦ୍ମଜ୍ୟୋତି ସାହୁ, ବିଚିତ୍ର ଗମାଙ୍ଗୋ, ବିରଞ୍ଚି ମହାନନ୍ଦିଆ, ପଦ୍ମାବତୀ ନାୟକ ଓ ବିଭୂତେନ୍ଦୁ ପ୍ରତାପ ଲେଙ୍କାଙ୍କ ନାମ ରହିଛି । ଯଦି ଏହି ଚିଠି ପାଇବା ପରେ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତେବେ ସରକାରଙ୍କ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଆଉ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ନୋଟିସରେ ଦର୍ଶାଯାଇଛି ।

୧୦_ଅଧିକାରୀଙ୍କୁ_କାରଣ_ଦର୍ଶାଅ_ନୋଟିସ୍‌ -ଲୋକସେବା ଭବନର ୧୦ ଅଧିକାରୀଙ୍କୁ କାରଣ ଦର୍ଶାଅ  ନୋଟିସ୍‌ -ଅର୍ଥ ବିଭାଗର ୧୦ ଜଣ ଅଧିକାରୀଙ୍କୁ ନୋଟିସ୍‌ -ବାରମ୍ବାର ବଦଳି ...

ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା । ଯଦି କୌଣସି କର୍ମଚାରୀ ବା ଅଧିକାରୀ ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ୧୦ଜଣ ଓଡ଼ିଶା ଅର୍ଥ ସେବା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ବାରମ୍ବାର ବଦଳି ନିର୍ଦ୍ଦେଶନାମା ଜାରି ହେଉଥିଲେ ହେଁ ସେମାନେ ବଦଳି ପାଇଁ ଅରାଜି। ଏହାକୁ ନେଇ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।