ଦିଲ୍ଲୀ ପୁଲିସ ହାତରେ ଦୁଇ ଆତଙ୍କବାଦୀ

( ଦିଲ୍ଲୀପ କୁମାର ବେହେରା) : ଦିଲ୍ଲୀରେ ଧରା ପଡ଼ିଲେ ଦୁଇ ଆତଙ୍କବାଦୀ । ସୂଚନା ମୁତାବକ ଦୁଇ ଜଣ ଛାତ୍ର, ଜଣେ ଏମ୍ଟେକ୍ ପଢୁଥିବା ବେଳେ ଅନ୍ୟ ଜଣେ ଡିପୋ୍ଲମା ପଡୁଥିଲେ । ଆଗାମି ଦିନ ପାଇଁ ଏହି ଦୁଇ ଜଣ ଏକ ବଡଧରଣର ଯୋଜନା କରୁ ଥିଲେ । ଜାମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାର ଏହି ଦୁଇ ଆତଙ୍କବାଦୀ ହାଇଦ୍ରାବାଦରୁ ଅସ୍ତ୍ରସସ୍ତ୍ର କିଣି ଜାମ୍ମୁ କାଶ୍ମୀର ଯାଉଥିବା ବେଳେ , ଏହି ଯୋଜନାକୁ ପଣ୍ଡ କରିଛି ଦିଲ୍ଲୀ ପୁଲିସ୍ । ଏହି ଦୁଇ ଆତଙ୍କବାଦୀଙ୍କ ପାଖରୁ ୨ଟି ପିସ୍ତଲ୍, ୧୦ଟି କ୍ୟାଟ୍ରିଜ୍ ଓ ୪ଟି ମୋବାଇଲ୍ ଜବତ କରାଯାଇଛି । ଏହି ଆତଙ୍କ ବାଦୀଙ୍କର ଇସଲାମିକ୍ ଷ୍ଟେଟ ସଂଗଠନ ସହ ଲିଙ୍କ୍ ରହିଥିବା ଜଣାପଡିଛି ।