ଆହତ ଅବସ୍ଥାରେ ହରିଣ ଉଦ୍ଧାର

ଶରତ ନାୟକ/ ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ସରଖିଆ ଗାଁ ଆମ୍ବହୋତା କେନାଲରୁ ଆହତ ଅବସ୍ଥାରେ ହରିଣ ଉଦ୍ଧାର କଲେ ଗ୍ରାମବାସୀ,ଆଜି ସକାଳେ ଗୋଟେ ହରିଣକୁ କିଛି କୁକୁର ଗୋଡ଼ାଇବାରୁ ହରିଣଟି ଜୀବନ ବିକଳରେ ସରଖିଆ ଗାଁ ଆମ୍ବହୋତା କେନାଲରେ ପଡିଯାଇଥିଲା।ହରିଣଟିକୁ ଗ୍ରାମବାସୀମାନେ ଉଦ୍ଧାର କରି କୁପାରି ବନବିଭାଗକୁ ଖବର ଦେଇଥିଲେ।ଖବର ପାଇ କୁପାରି ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହରିଣଟିକୁ ନେଇ ଚିକିତ୍ସା କରିବା ସହିତ କୁଲଡିହା ଅଭୟାରଣ୍ୟରେ ଛାଡ଼ିଦେଇଥିବା ସୂଚନା ମିଳିଛି, ଜଣାଯାଏ ଔପଦା,ଖଇରା, କୁପାରି ଶାରୀଶୁଆ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ ଓ ଅବାଧ ଶିକାର ଯୋଗୁଁ ଜଙ୍ଗଲରେ ଥିବା ଜୀବଜନ୍ତୁ ଗାଁକୁ ପଳେଇଆସୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ବନବିଭାଗ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଲୋକମାନେ କହିଛନ୍ତି ।