(ପ୍ରିୟଦର୍ଶନୀ ସ୍ୱାଇଁ):ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ଭୟଭୀତ ହୋଇ ଦୌଡୁଥିବା ହରିଣଟି ନିଜ ପ୍ରାଣ ବଞ୍ଚାଇବାକୁ ଯାଇ କଲା ସଂଘର୍ଷ । ୩ଟି ବୁଲାକୁକୁର ହରିଣଟେ ଚରୁଥିବା ଦେଖି ତା’ ଉପରକୁ ଲମ୍ଫ ଦେଇଥିଲେ। ପ୍ରାଣ ବଞ୍ଚାଇବା ପାଇଁ ହରିଣଟି ଘଞ୍ଚ ଜଙ୍ଗଲ ଭିତରେ ଦୌଡ଼ିଥିଲା। କିନ୍ତୁ କୁକୁରମାନେ ତା’ ପଛଗୋଡ଼କୁ କାମୁଡ଼ି କ୍ଷତାକ୍ତ କରି ଦେଇଥିଲେ। ନିଜ ପ୍ରାଣ ଚାଲିଯିବା ସୁନିଶ୍ଚିତ ଜାଣି ଉକ୍ତ ହରିଣଟି ଗୋଟିଏ କୁକୁର ସହ ଲଢ଼ି ତାକୁ ଶିଙ୍ଘରେ ଭୁଶି ମାରି ଦେବା ପରେ ନିକଟରେ ଏକ ଟ୍ରେଞ୍ଚ ବା ନାଳରେ ପଡ଼ି ତା’ର ମୃତ୍ୟୁ ଘଟିଛି । ଖବର ପରଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ମୃତ ଦେହ ବ୍ୟବଚ୍ଚେଦ କରିବା ସହ ମୃତ ଦେହକୁ ପେ।।ତି ଦେଇଛନ୍ତି ।