୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନଦେବାକୁ ନିଷ୍ପତ୍ତି

ଭୁବନେଶ୍ୱର:କିଛି ଦିନ ହେବ ଅନେକ ଜୀବନ ନେଉଛି ଆମ ବସ୍ ।ଏନେଇ ଅଭିଯୋଗ ହୋଇ ଆସୁଛି । ଯାହା ଫଳରେ କଠୋର ହୋଇଛି କ୍ରୁଟ । ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନଦେବାକୁ ନିଷ୍ପତ୍ତି ନିଆଯାଇଛି।

ଆମ ବସ ଚାଳକଙ୍କ ବେପରୁଆ ଡ୍ରାଇଭିଂ  ଓ ଦୁର୍ଘଟଣା ଉପରେ ରୋକ ଲଗାଇବାକୁ ଶୁକ୍ରବାର  କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍‌ ଥିରୁମାଲା ନାଏକଙ୍କ  ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।  ଏଥିରେ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ଆମ  ବସ ଦୁର୍ଘଟଣାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ  ପାଇଥିଲା । ପ୍ରଶିକ୍ଷଣକୁ ଜୋରଦାର କରାଯିବା ସହ  ଡ୍ରାଇଭର ନିଯୁକ୍ତିକୁ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ମନଇଚ୍ଛା ଡ୍ରାଇଭରମାନଙ୍କୁ ଏଣିକି ଆଉ ଏଜେନ୍ସି ନିଯୁକ୍ତି ଦେଇ ପାରିବେ ନାହିଁ । ଏଥିପାଇଁ  ୫ ବର୍ଷର ଅଭିଜ୍ଞତାକୁ କଡ଼ାକଡ଼ି କରାଯାଇଛି । ଖଣ୍ଡଗିରି ଛକରେ ଦୁଇ ଦିନ ତଳେ ଆମ ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଲୋକେ ମୋ  ବସ୍‌ ଭାଙ୍ଗିଥିଲେ । ଖାଲି ଏତିକି ନୁହେଁ, ୩ ମାସରେ ୫ରୁ  ଅଧିକ ଲୋକଙ୍କ ଜୀବନ ଆମ ବସ୍‌ ଚକା ତଳେ ଗଲାଣି ।