କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ)- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୁଣୁପୁର ଗାଁ ରେ ଇଟାଭାଟି ରେ କାମ କରୁଥିବା ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ। ମୃତ ଶ୍ରମିକ ହେଉଛନ୍ତି, ଛତିଶଗଡର ମନୋହରଣ ସାହୁ। ଏଠାରେ ଦୀର୍ଘଦିନରୁ ଇଟାଭାଟିରେ କାମ କରି ମନୋହରଣ ନିଜ ପରିବାରର ପ୍ରତିପୋଷଣ କରୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମାହାଙ୍ଗା ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ତେବେ ଶ୍ରମିକଙ୍କ ମୃତ୍ୟୁ କିପରି ହେଲା ତାହାକୁ ନେଇତଦନ୍ତ ଜାରି ରଖିଛି ପୋଲିସ ।