କଳାହାଣ୍ଡି : ପୁଣି ମେଗା ଲିଫ୍ଟ କେନାଲରେ ମୃତ ଦେହ | ଜୟପାଟଣା ଥାନା ଅନ୍ତର୍ଗତ ଉଛୁଳା ଗ୍ରାମପଞ୍ଚାୟତ କୁମଜୋର ଗାଁ ନିକଟରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଏକ ଅଚିହ୍ନା ଯୁବକର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି । ଏଯାଏଁ ଯୁବକର ପରିଚୟ ମିଳିପାରି ନାହିଁ। ପୋଲିସର ତଦନ୍ତ ଜାରି ରହିଛି। ଏଠାରେ ପ୍ରକାଶ ଥାଉକି ଗତ କିଛିଦିନ ତଳେ ଏହି ଲିଫ୍ଟ କେନାଲରେ ଲଡୁଗାଁ ଲିଫ୍ଟ ଡିଭିଜନର ଏକ କନିଷ୍ଠ ଯନ୍ତ୍ରୀଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ତାହା ହତ୍ୟା, ଆତ୍ମହତ୍ୟା ନା ଆଉ କଣ ଏଯାଏଁ ଜଣାପଡିନାହିଁ।