ରେଳ ଧାରଣାରୁ ମୃତଦେହ ଉଦ୍ଧାର

କଟକ(ଜଗନ୍ନାଥ ମହାନ୍ତି): କଟକ ବାଲିକୁଦା ନିକଟ ରେଳ ଧାରଣାରୁ ଯୁବକଙ୍କର ମୃତ ଦେହ ଉଦ୍ଧାର କରିଛି କଟକ ଆରପିଏଫ ଥାନା ପୋଲିସ। ଯୁବକଙ୍କ ମୃତ୍ୟୁ ନେଇ ସବିଶେଷ ତଥ୍ୟ ମିଳିପାରିନଥିଲେ ସୁଦ୍ଧା ତାଙ୍କ ନିକଟରୁ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ମିଳିଛି । ଏହି ପରିଚୟ ପତ୍ରରୁ ତାଙ୍କର ନାମ ନିଖିଳ ସାହୁ ଓ ତାଙ୍କର ଘର ରାୟଗଡା ଜିଲ୍ଲା ବୋଲି ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅନୁସନ୍ଧାନ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ପରିସ୍ଥିତିକୁ ଲକ୍ଷ୍ୟ କରି ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି ।