ଖୋର୍ଦ୍ଧା/ରାକେଶ କୁମାର ଜଗଦେବ : ନିରାକାରପୁର ଅଂଚଳରେ ଦିନକୁ ଦିନ ଚୋରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଚୋରୀକୁ ରୋକିବାରେ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଛି। ଚୋରମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟ ପରେ ଲୁଟ କରି ଚାଲିଛନ୍ତି। ଗତ କାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାଉଳ ହଜର ବାବୁଲା ପ୍ରଧାନଙ୍କ ଦୋକାନ ଘର ତାଲା କାଟି ଲୁଟ କରିଛନ୍ତି ।
ବିଳମ୍ବିତ ରାତିରେ ଲୁଟେରା ମାନେ ସୁଯୋଗ ନେଇ ଦୋକାନ ତାଲା କାଟି ଦୋକାନ ଭିତରେ ପଶି ଦୋକାନରେ ଥିବା ଟଙ୍କା ବିସ୍କୁଟ, ସିଗାରେଟ, କଣ୍ଟା, ପାଲ ସମେତ ମୂଲ୍ୟ ବାନ ଜିନିଷପତ୍ର ଲୁଟିନେଇଛନ୍ତି। ଦୋକାନରୁ ପ୍ରାୟ ୨୫/୩୦ ହଜାର ଟଙ୍କା ମୂଲ୍ୟର ଜିନିଷପତ୍ର ଲୁଟ ହୋଇଥିବା ଜଣାପଡିଛି। ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନିରାକାରପୁର ପୋଲିସର ଢିଲା ପେଟ୍ରୋଲିଂ ଅଭାବରୁ ଅଂଚଳରେ ଲୁଟେରାମାନେ ସୁଯୋଗ ନେଇ ଲୁଟ କରୁଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି।