ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଙ୍କୁ ପୂଜିଲେ ଛାତ୍ରଛାତ୍ରୀ

(ଜ୍ୟୋତିରଞ୍ଜନ ଧର, / କଣିହାଁ ) : କଣିହାଁ ବ୍ଲକ ପଥରମୁଣ୍ତା ସରସ୍ବତୀ ଶିଶୁ ମନ୍ଦିରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । କେବେ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ଗୁରୁଦିବସ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ପାଳିତ । ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାହାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମତିଥିକୁ ଏହି ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଇଆସୁଅଛି ।