ଭୁବନେଶ୍ୱର:ଆସନ୍ତାକାଲି ପଡୁଛି ସୂର୍ଯ୍ୟପରାଗ ।ଏହା ଏକ ଆଂଶିକ ସୂର୍ଯ୍ୟପରାଗ ।ତେବେ ପରାଗ ଦୁଇପ୍ରକାରର ରହିଛ । ଗୋଟିଏ ସମ୍ପୁନ୍ନ ପରାଗ ଅନ୍ୟଟି ଆଂଶିକ ପରାଗ । ସୂଚନାମୁତାବକ, ଆସନ୍ତାକାଲି ତଥା ୨୫ ଅକ୍ଟୋବର ,ମଙ୍ଗଳବାର ଅପରାହ୍ନ ୪ଟା ୫୬ ମିନିଟ୍ରୁ ପରାଗ ଆରମ୍ଭ ହୋଇ ୫.୧୬ ସେକେଣ୍ଡ୍ ରେ ପରାଗ ଶେଷ ହୋବାର ସୂଚନା ରହିଛି । ତେବେ ପରାଗ ତିନି ପ୍ରକାରା ରହିଛି । ଏହା ହେଉଛି ଗ୍ରହଣ ପରାଗ, ପରାଗ ଗ୍ରହଣ ଏବଂ ପରାଗ । ଏହି ପରାଗ ସର୍ବାଧିକ ମାତ୍ରା ଜାମ୍ମୁକାଶ୍ମୀରିରେ ପଡିବା ସହ ଭୁବନେଶ୍ୱରରେ ୧୦ ପ୍ରତିଶତ ଏବଂ କନ୍ୟାକୁମାରିରେ ପରାଗ ପ୍ରଭାବ ଶୂନ ରହିବ ।
ତେବେ ବହୁ ସମୟରେ ଶୁଣିବାକୁ ମିଳୁଛି ଯେ ପରାଗ ସମୟରେ କିଛି ଖାଇବା ଦେହ ଉପରେ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହା ଏକ ଭ୍ରମ ଧାରଣା । ପରାଗ ସମୟରେ ଖାଦ୍ୟ ଖାଇଲେ ଏହାର କୌଣସି କୁପ୍ରଭାବ ପଡିନଥାଏ । ତେବେ ପରାଗ ସମୟରେ ଖାଲି ଆଖିରେ କିମ୍ବା ମୋବାଇଲ କ୍ୟାମେରା ଦ୍ୱାରା ଆକାଶକୁ ଦେଖିବା ଉଚିତ୍ ନୁହେଁ । ଏମିତି କରିବା ଦ୍ୱାରା ଆଖି ଉପରେ କୁପ୍ରଭାବ ପଡିଥାଏ ।