ଭୁଜାଲି ଚୋଟରେ ଦଳିତ ଯୁବକ ଗୁରୁତର, ଅଭିଯୁକ୍ତ ଙ୍କ ଥାନାରେ ଆତ୍ମସମର୍ପଣ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଂଚଳରେ ଆଜି ରାତିରେ ଜନୈକ ଦଳିତ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l   ଝଡ଼େଶ୍ୱରପୁର ଗାଁ’ର ଦୁର୍ଦ୍ଦାନ୍ତ ଅପରାଧି ଜ୍ୟୋତି ସମ୍ରାଟ ପ୍ରହରାଜ ଓରଫ୍ ବାପି ଏବଂ ଜ୍ୟୋତି ପ୍ରକାଶ ପ୍ରହରାଜ ଓରଫ୍ ଜେପି,ସେହି ଗ୍ରାମର ଦଳିତ ଯୁବକ ମନୋଜ ସାମଲ ଙ୍କୁ  ଭୁଜାଲି ଓ କଟୁରୀ ଦ୍ୱାରା ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ l ବାପି ଓ ଜେପି ସଂପର୍କରେ ଦୁଇ ଭାଈ।   ସ୍ଥାନୀୟ ଅଂଚଳର ଲୋକମାନେ ମନୋକୁ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ  ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ କଟକ ବଡ଼ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି l  ଦଳିତ ବସ୍ତିରେ ଉତ୍ତୋଜନା ଦେଖାଯିବାରୁ ପ୍ରତି ଆକ୍ରମଣ ଭୟରେ ଅପରାଧି ବାପି ଓ ଜେପି ଦୁଇ ଭାଇ ଭଦ୍ରେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି l ଏହି ଦୁଇ ଭାଈ ଙ୍କ ନାମରେ ଏକାଧିକ ଅପରାଧୀକ ମାମଲା ଥିବା ସୂଚନା ମିଳିଛି।