(ଆଦର୍ଶ ରାଉତ): ବାତ୍ୟା ତିତଲି ସ୍ଥଳଭାଗ ଛୁଇଁବା ପରେ ଅନେକ ସ୍ଥାନରେ କ୍ଷତି କରିଥିବା ସୂଚନା ମିଳିଛି । ଓଡିଶାର ଗୋପାଳପୁର ଓ ଗଜପତି ବିଶେଷ ଭାବରେ ପ୍ରଭାବିତ ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ଗଜାଂମ, ଗଜପତି ଓ ପୁରୀରେ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି ।
ବର୍ଷାର ପ୍ରଭାବରେ ଗଜାଂମର ଗୋପାଳପୁର ଅଚଂଳରେ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ସହରର ଦିଗପଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଗୋପାଳପୁର ଅଚଂଳରେ ପହଚିଁ ଅବରଧୋ ହେଇଥିବା ରାସ୍ତା ଉପରୁ ଗଛ ଗୁଡିକୁ କାଟି ସଫା କରିଛନ୍ତି ।