କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକରେ ଆଜି ସାଇବର ସୁରକ୍ଷା ଅଭିଯାନ ଆୟଜିତ ହୋଇଯାଇଛି। ଏହି ଅଭିଯାନ ଗୁଛାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା । ଗୋଛାପଡା ସାରିବା ପରେ ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ଥାନା ଅଧିକାରି ଶ୍ରୀ ଯୁକ୍ତ ରମେଶ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ସାଇବର୍ ଅଧିକାରି ଶ୍ରୀ ଯୁକ୍ତ ତରୁଣ ତପନ ବେହେରା ସମେତ କନ୍ଧମାଳରୁ ଡ଼ି.ଏସ୍.ପି ଶ୍ରୀ ଯୁକ୍ତ ହୃସିକେଶ ନାୟକଙ୍କ ସହଯୋଗରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇ ସିଧା ସଳକ ତଣ୍ଡ୍ରିଗାଁ ର ନେଡିପଦର ଗାଲ୍ସ୍ ହାଇସ୍କୁଲ ସୁରକ୍ଷିତ ଭାବେ ପହଞ୍ଚିଯାଇଥିଲେ। ନେଡିପଦର ଗାଲ୍ସ୍ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ରଞ୍ଜନ କୁମାର ପାଡ଼ି ନେତୃତ୍ୱରେ ଶ୍ରୀ ଅଙ୍ଗଦ କହଁର, ଶିକ୍ଷୟତ୍ରି ଶ୍ରୀମତି କଲ୍ୟାଣି କହଁର, ଶ୍ରୀ ସସିତ ମଲ୍ଲିକ, ଶ୍ରୀ ଅକ୍ଷୟ କୁମାର କହଁରଙ୍କ ସମେତ ସ୍କୁଲର ଛାତ୍ରିମାନେ ସାଇବର୍ କ୍ରାଇମ୍ ରଥଙ୍କ ସମେତ ଫିରିଙ୍ଗିଆ ଭାର ପ୍ରାପ୍ତ ଅଧିକାରି ଏବଂ ସହକର୍ମି ମାନଙ୍କୁ ମହାଆଡ଼ମ୍ୱରରେ ବାଜାରସଣି, ନାଚଗିତ କରି ସ୍କୁଲ ଭିତରକୁ ପାଛଟି ନେଇଥିଲେ। ସ୍କୁଲ ଭିତରେ ପିଲାମାନଙ୍କୁ ସାଇବର କ୍ରାଇମ ବିଷୟରେ ସଚେତନତା କରାଇବା ସହିତ ଏହାର ପ୍ରତିକାର ବିଷୟରେ ଅବଗତ କରାଇ ସାରିବା ପରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ପରବର୍ତି ସମୟରେ ଗାଲ୍ସ୍ ହାଇସ୍କୁଲ ରୁ ବାହାରି ସିଧା ସଳକ ବ୍ଲକ ଛକରେ ପହଞ୍ଚିଥିଲେ ଫିରିଙ୍ଗଇଆ ବ୍ଲକ ର ସବୁ ଗ୍ରାମପଞ୍ଚାୟତ ସରପଞ୍ଚ ତଥା ଫିରିଙ୍ଗିଆ ଥାନ ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ସାଇବର ଠକେଇ କାର୍ଯ୍ୟକ୍ରମ ସାଂସ୍କୃତିକ ନୃତ୍ୟ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।