ଉଦଳା ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ

ଉଦଳା / ଦୀପକ ମିଶ୍ର : ସମଗ୍ର ରାଜ୍ୟରେ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ସଦରମହକୁମା ଉଦଳା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି । ଏହି ସଚେତନତା ଅଭିଯାନ ଆଜି ଉଦଳା ଥାନା ପରିସର ଠାରୁ ଏକ ସାଇକେଲ ରାଲି ଦ୍ବାରା ଆରମ୍ଭ ହୋଇଥଲା ଯେଉଁଥିରେ ଉଦଳା ଅଞ୍ଚଳର ଲୋକପ୍ରତିନିଧି, ଜନସାଧାରଣ, ବୁଦ୍ଧିଜୀବୀ, ସାମ୍ବାଦିକ ବର୍ଗ ସମେତ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏହି ସାଇବର ସଚେତନତା ଅଭିଯାନକୁ ଆଜି ସକାଳ ୮ଟା ରେ ଉଦଳା ଥାନା ପରିସର ରୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ପୂର୍ବତନ ବିଧାୟକ ଶ୍ରୀ ଶ୍ରୀନାଥ ସୋରେନ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ଶ୍ରୀମତୀ ପ୍ରମିଳା ପଣ୍ଡା, ଉପ ନଗରପାଳିକା ଶ୍ରୀମତୀ ଲିଲି ଭୋଳ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସାର୍ଥକ ରାୟ ଏବଂ ଉଦଳା ଥାନା ଅଧିକାରୀ ଶ୍ରୀଯୁକ୍ତ ବନମାଳୀ ବାରିକ ଉଦ୍ଘାଟନ କରିବା ସହିତ ସାଇବର ସଚେତନତା ଯାନ ଓ ସାଇକେଲ ରାଲୀର ଆରମ୍ଭ କରିଥିଲେ। ଏହି ସାଇକେଲ ରାଲୀ ଉଦଳା ଥାନା ଛକ ଠାରୁ ଆରମ୍ଭ ହୋଇ ଉଦଳା ମହାବିଦ୍ୟାଳୟ ଏବଂ ଉଦଳା ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ଜାଗାରେ ଭ୍ରମଣ କରି ସାଇବର ସୁରକ୍ଷା ବାର୍ତ୍ତା ପ୍ରେରଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ ଧରି ସାଇବର ସଚେତନତା ସ୍ଲୋଗାନ ମାନ ଦେଇ ରାଲୀ ରେ ଅଞ୍ଚଳ ପରିଭ୍ରମଣ କରିଥିଲେ। ଏହି ରାଲି ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାୟଙ୍କ ସମେତ ସମସ୍ତ ପୋଲିସ ବିଭାଗର କର୍ମଚାରୀ ମାନେ ଏବଂ ଉଦଳା ଥାନା ଅଧିକାରୀ ଶ୍ରୀଯୁକ୍ତ ବାରିକ ସାଇକେଲ ଚଳାଇ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।