ହିନ୍ଦୋଳ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ

ହିନ୍ଦୋଳ / ଗୌତମ ମୁଦୁଲିଙ୍କ:   ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ପୋଲିସ୍ ପ୍ରଶାସନ ତରଫରୁ ସାଇବର ସୁରକ୍ଷା ଅଭିଯାନ ପଥପ୍ରାନ୍ତ ନାଟକ ଦ୍ଵାରା ପରିବେଷଣ କରାଯାଇଛି। ଏହା ବିଭିନ୍ନ ସ୍କୁଲ୍,କଲେଜ୍ ଏବଂ ଛକ ସ୍ଥାନ ମାନଙ୍କରେ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା। ଏହି ଉତ୍ସବଟି ସେପ୍ଟେମ୍ବର ମାସ ୩୦ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଚାଲୁରହିବ। ପ୍ରଥମେ ସାତମାଇଲ ସ୍ଥିତ ଜନତା ମହାବିଦ୍ୟାଳୟରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ନାଟକ ପରିବେଷଣ କରାଯାଇ ସାଇବର ଠକେଇରୁ କିଭଳି ଭାବେ ଲୋକେ ବଞ୍ଚିବେ ଓ ପାଖପଡିଶା ଅନ୍ୟମାନଙ୍କୁ କିଭଳି ଭାବେ ବଞ୍ଚାଇପାରିବେ ସେ ବିଷୟରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ପରେପରେ ହିନ୍ଦୋଳ NAC ଅନ୍ତର୍ଗତ ରିଜଓନାଲ କଲେଜ ଓ ଆଦର୍ଶ ସ୍କୁଲ୍ ର ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶ ସ୍କୁଲ୍ ର ପଡିଆ ଠାରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ସଚେତନ ର ବାର୍ତ୍ତା ଦିଆଯାଇଥିଲା। ଛୋଟଛୋଟ ଛାତ୍ରଛାତ୍ରୀ ମାନେ ନାଟକ ଟିକୁ ବେଶ୍ ଉପଭୋଗ କରିଥିଲେ। ସେହିପରି ପୁରସ୍କାର ବିତରଣ ବେଳେ ଆଦର୍ଶ ସ୍କୁଲ୍ ର ଛାତ୍ରଛାତ୍ରୀ ମାନେ ବହୁ ପୁରସ୍କାର ପାଇ କୃତିତ୍ୱ ଲାଭ କରିଥିଲେ। ବିଜ୍ଞାପିତ ଅଞ୍ଚଳ ରେ NAC ଅଧକ୍ଷ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ତହସିଲଦାରଙ୍କ ଉପସ୍ଥିତିରେ  ହିନ୍ଦୋଳ ଉଚ୍ଚ ବିଦ୍ୟାଳୟ ତଥା ଜନସାଧାରଣଙ୍କ ଗହଣରେ ଲକ୍ଷ୍ମୀବଜାର ଠାରେ ସନ୍ଧ୍ୟାରେ ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଲିସ୍ ପ୍ରଶାସନ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା।ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ SDPO ଦୀପକ କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଥାନାଧିକାରୀଣୀ ଚାରୁଲତା ବେହେରା, ASI ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରଦୀପ କୁମାର ଶତପଥୀ, ମାମି ରାଉତ ଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ଏହି ପଥପ୍ରାନ୍ତ ନାଟକ ଦ୍ୱାରା ସାଇବର ଠକେଇରୁ ଜନସାଧାରଣ କିଭଳି ନିଜକୁ ରକ୍ଷା କରିବା ସହିତ ଅନ୍ୟ ମାନଙ୍କୁ କିପରି ଠକେଇ ରୁ ସୁରକ୍ଷା ଦେଇପାରିବେ ସେ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥଲେ। ପରିଶେଷରେ ଥାନାଧିକାରିଣୀ ଚାରୁଲତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।