ମହିଳା ସ୍ୱିପରଙ୍କୁ ଦୁଷ୍କର୍ମ କଲେ ସୁପରଭାଇଜର

0

କଟକ : କଟକ ବଡ଼ ମେଡିକାଲରେ ଘଟିଯାଇଛି ଲଜ୍ଜା ଜନକ ଘଟଣା । ମହିଳା ସ୍ୱିପରଙ୍କୁ କରାଯାଇଛି ଦୁଷ୍କର୍ମ । ଜଣେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏସ୍ଆର୍ ହଷ୍ଟେଲକୁ ରୁମ୍‌ ସଫା କରିବା ବାହାନାରେ ଡାକି ସୁପରଭାଇଜର ଜଣକ ଦୁଷ୍କର୍ମ କରିଥିବା ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ କାହାକୁ କହିଲେ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଛି । ଏ ନେଇ ଆଉଟସୋର୍ସିଂ ସଂସ୍ଥାରେ ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁସାରେ, କାଜୁଆଲିଟିରେ କାର୍ୟ୍ୟରତ ଜଣେ ମହିଳା ସ୍ୱିପରଙ୍କୁ ସମ୍ପୃକ୍ତ ସୁପରଭାଇଜର ଏସ୍ଆର୍ ହଷ୍ଟେଲକୁ ରୁମ୍‌ ସଫା କରିବା ପାଇଁ ଡାକିଥିଲେ। ଆଉ ଏହି ବାହାନାରେ କେହି ନଥିବା ସମୟରେ ସୁପରଭାଇଜର ମହିଳା ସ୍ୱିପରଙ୍କ ସହ ଦୁଷ୍କର୍ମ କରିଥିଲେ। ଏନେଇ କାହାକୁ କହିଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ ସୁପରଭାଇଜର । କିନ୍ତୁ ଧମକକୁ ଖାତିର ନକରି ମେଡିକାଲରେ ସ୍ୱିପରଙ୍କୁ ନିଯୁକ୍ତ କରିଥିବା ଆଉଟସୋର୍ସିଂ ସଂସ୍ଥାରେ ଅଭିଯୋଗ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ନମିଳିବାରୁ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏବେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ମହିଳାଙ୍କ ବିରୋଧରେ ବି ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ସ୍ପଟ ଉପରେ ତନାଘନା କରୁଛି ସାଇଣ୍ଟିଫିକ ଟିମ୍ ।