ନିର୍ବାଚନି ମନ୍ତ୍ର ଫୁଙ୍କିଲେ କଟକ ଚୌଦ୍ୱାର ବିଧାୟକ

କଟକ/ଜଗନ୍ନାଥ ପ୍ରସାଦ ମହାନ୍ତି : ପାଖେଇ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ । ଏବେଠୁ ୩ ପ୍ରମୁଖ ଦଳ ହେଲେଣି ସଜବାଜ । ତେବେ ଏହି ବଡ଼ ସମର କୁ ଆଖି ଆଗରେ ବିଜେଡି ଭିଡ଼ିଛି ଅଣ୍ଟା। ଆଜି ଚୌଦ୍ୱାର ସେଲିବ୍ରେସନ ମଣ୍ଡପ ରେ ମହିଳା ବିଜେଡି କାର୍ୟ୍ୟକାରିଣୀ ଜରିଆରେ ମହିଳା ମାନଙ୍କୁ ନିର୍ବାଚନି ମନ୍ତ୍ର ଫୁଙ୍କିଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ। କିପରି ଦଳ ଏହି ନିର୍ବାଚନ ରେ ସଫଳ ହେବ ତାହାକୁ ନେଇ ଉପସ୍ଥିତ ସମସ୍ତ ମହିଳା ମାନଙ୍କ ସହ ଆଲୋଚନା କରିଚନ୍ତି ବିଧାୟକ । ତେବେ ଆଜି ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ର ଶତାଧିକ ମହିଳା କୋଭିଡ ଗାଇଡ଼ ଲାଇନ ଆଧାର ରେ ଏହି କାର୍ୟ୍ୟକାରଣୀ ବୈଠକ ରେ ହୋଇଛନ୍ତି ସାମିଲ ।