ଅଧ ଏକର ଜମିରୁ ଉର୍ଦ୍ଧ ଜାଗାରେ ଗଞ୍ଜେଇ ଚାଷ

ନବରଙ୍ଗପୁର: ରାଇଘର ବ୍ଲକର ସୀମାନ୍ତ କୁନ୍ଦେଇ ଥାନା ଅନ୍ତର୍ଗତ କାଉଡ଼ଲା ପଞ୍ଚାୟତର ରାବଣାଗୁଡ଼ା ଗ୍ରାମରେ ପନିପରିବା ଚାଷ ଆଳରେ ଗଞ୍ଜେଇ ଚାଷ ହେଉଥିବା ଅଭିଯୋଗ ହେଉଛି । ସରକାରୀ ରିପୋର୍ଟ ଅନଯାୟୀ ରାଇଘର ବ୍ଲକରେ ଗଞ୍ଜେଇ ଚାଷ ହେଉନଥିବା ବେଳେ ଏହା ପ୍ରଥମ ବୋଲି ଜଣାପଡ଼ିଛି । ରାବଣାଗୁଡ଼ା ଗ୍ରାମର ଶେଷ ଭାଗରେ ଥିବା ଏକ ନିର୍ଜନ ସ୍ଥାନରେ ପ୍ରାୟ ଅଧ ଏକର ଜମିରୁ ଉର୍ଦ୍ଧ ଜାଗାରେ ଚାଷୀ ଜଣକ ଗଞ୍ଜେଇ ଚାଷ କରିଛନ୍ତି । ଚାଷ ଜମିର ଚାରିପଟେ ବାଡ଼ ଦେଇ ଘେରା ଯାଇଥିବା ବେଳେ ଭିତରେ ପନିପରିବା ଓ ଗଞ୍ଜେଇ ଚାଷ କରାଯାଉଛି । ତେବେ ଏହି ଚାଷ କିଏ କରିଛି ତାହା ସ୍ପଷ୍ଟ ହୋଇ ପାରିନି । ଅନ୍ୟପଟେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ତୁରନ୍ତ ଅବକାରୀ ବିଭାଗଘଟଣା ଉପରେ ନଜରପକାଇ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି ।