ମିଜୋରାମରେ ଧସିଲା ପଥର ଖଣି ; ୧୦ ମୃତ

ମିଜୋରାମ: ମିଜୋରାମରେ ଧସିଲା ପଥର ଖଣି । ଏହା ତଳେ ଚାପି ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁ ଆଜି ସକାଳ ଆଇଜଲ ଜିଲ୍ଲାରେ ଥିବା ପଥର ଖଣିରେ ଏହି ଅଘଟଣ ଘଟିଛି । ଏଥରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଲୋକ ମାଟି ଅତଡା ଭିତରେ ଫସି ରହିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିକଟତମ ଅଞ୍ଚଳରେ ଥିବା କେତେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ମିଜୋରାମର ଦକ୍ଷିଣାଞ୍ଚଳ ମେଲଥୁମ ଓ ହିଲମେନ ସୀମାରେ ଏହି ଦୁର୍ଘଟଣା ଘଟିଛି । ରେମାଲ ବାତ୍ୟା ପ୍ରଭାବରେ ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।