ସବୁ ସୀମା ଲଙ୍ଘିଲା ଦୁର୍ବୃତ୍ତଙ୍କ କାଣ୍ଡ । ଘରେ ଏକା ଥିବା ବେଳେ, ଦୁଇ ପିଲାଙ୍କୁ ଜାଳି ଦେଲେ ଦୁର୍ବୃତ୍ତ । ଆଉ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି, ବିହାରର ପାଟନାରେ । ଯାହାକୁ ନେଇ ଏବେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏପଟେ ଖବର ପାଇ ପାଟନାର ଜାନିପୁର ପୋଲିସ, ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି । ଏବଂ ମୃତ ପିଲାମାନେ ହେଲେ, ଏମ୍ସ ହସ୍ପିଟାଲରେ ଜଣେ ନର୍ସ ଭାବରେ କାମ କରୁଥିବା ଶୋଭା ଦେବୀଙ୍କ ପିଲା ।

ମିଳିଥିବା ସୂଚନା ଅନୁସାରେ, ପିଲାମାନେ ସ୍କୁଲରୁ ଘରକୁ ଫେରିବା ବେଳେ ବାପା-ମାଆ ନଥିଲେ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଘରେ ପଶି ସେମାନଙ୍କୁ ଏକ କୋଠରୀରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲା । ଘରୁ ଧୂଆଁ ବାହାରୁ ଥିବା ଦେଖି ସ୍ଥାନୀୟ ଲୋକେ, ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ସେତେବେଳକୁ ଦୁଇ ପିଲାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ସାରିଥିଲା ।