୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା । ସୟଦ ମୁସ୍ତାକ ଅଲୀ ଟ୍ରଫି (SMAT)ରେ ଇତିହାସ ରଚିଛନ୍ତି ବୈଭବ । ଭାରତର ଏହି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବୈଭବ ତାଙ୍କ ବ୍ୟାଟର କମାଲ ଦେଖାଇଛନ୍ତି। ବିହାର ପାଇଁ ଖେଳୁଥିବା ସୂର୍ଯ୍ୟବଂଶୀ ବୈଭବ, ମହାରାଷ୍ଟ୍ର ବିପକ୍ଷରେ ୬୧ ବଲରେ, ୧୦୮ ରନ ସଂଗ୍ରହ କରିଛନ୍ତି । ବିସ୍ଫୋରକ ବ୍ୟାଟିଂକରି ଅପରାଜିତର ଇନିଂସ ଖେଳିଛନ୍ତି ।