ମିଶନ ଶକ୍ତି ପକ୍ଷରୁ ଋଣମେଳା ଅନୁଷ୍ଠିତ

କେନ୍ଦ୍ରାପଡା/ଅଶ୍ଵିନୀ କୁମାର ସାହୁ: ଆଜି ଆଳି ବ୍ଲକ ପରିସରରେ ମିଶନ ଶକ୍ତି ମାଧ୍ୟମରେ ମା ମାନଙ୍କୁ ଋଣ ଯୋଗେଇ ଦିଆଯାଇଛି । କିନ୍ତୁ ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଗଣମାଧ୍ୟମକୁ ପତିକ୍ରିୟା ଦେବାକୁ ଭୟ କରିବା ଆଜି ମିଶନ ଶକ୍ତି ବିଭାଗ ଉପରେ ଆଙ୍ଗୁଳି ନିର୍ବ୍ଦଶ କରିଛି । ଆଳି ବ୍ଲକ ମିଶନ ଶକ୍ତି ପକ୍ଷରୁ ଆଜି ଏକ ଋଣ ମେଳା ବ୍ଲକ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଳି ବିଡ଼ିଓ ଦିବେନ୍ଦୁ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଋଣ ମେଳାରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ଜିଲ୍ଲା ସଂଯୋଜକ କୈଳାଶ ସେନାପତି, ସମ୍ମାନିତ ଅତିଥି ଭାବେ ଆଳି ପଞ୍ଚାୟତ ସମିତି ଅଧକ୍ଷ ମନୋରଞ୍ଜନ ସାମଲ,ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ଭୀଷ୍ମ ମହାନ୍ତି,ସିଡିପିଓ କଳ୍ପନା ଧଳ, ଉପାଧକ୍ଷା ମିନତୀ ବାରିକ ପ୍ରମୁଖ ଯୋଗଦେଇ ଆଳି ବ୍ଲକର ୪୮୮ ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ୧୬ କୋଟି ୬୨ ଲକ୍ଷ ୯୨ ହଜାର ଟଙ୍କା ଋଣ ବଣ୍ଟନ କରା ଯାଇଥିଲା ।

ଏହି ଋଣ ମାଧ୍ୟମରେ ମହିଳା ମାନେ ବିଭିନ୍ନ ପ୍ରକାର କାର୍ୟ୍ୟ କରି ସ୍ୱାବଳମ୍ବି ହୋଇପାରିବେ ବୋଲି ବିଡ଼ିଓ ଦ୍ୱିବେନ୍ଦୁ ଦାସ ସୂଚନା ଦେଇଛନ୍ତି କ୍ଷ ଅପର ପକ୍ଷରେ ମିଶନ ଶକ୍ତି ବିଭାଗର ଜିଲ୍ଲା ସଂଯୋଜକ କୈଳାଶ ସେନାପତି କାର୍ୟ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ନାରାଜ ହୋଇ ବୁମକୁ ପେଲି ଦେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଳମ୍ବି ନିମନ୍ତେ ମିଶନ ଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଋଣ ଦେଉଥିବା ବେଳେ ଖୋଦ ଜିଲ୍ଲା ସଂଯୋଜକ ଏହି ଋଣ ମେଳାରେ ଯୋଗ ଦେଇ ଗଣମାଧ୍ୟମକୁ ଡରିବା ଘଟଣା ଜିଲ୍ଲାରେ କିପରି ଭାବେ ମିଶନ ଶକ୍ତି ବିଭାଗ ଚାଲିଛି ତାହା ସୂଚାଇ ଦେଉଛି ।